Latest Odisha News

ଏଫ ୩୫ ଯୁଦ୍ଧ ବିମାନର ମିଳିଲା ଅବଶେଷ

ୱାଶିଂଟନ: ଆମେରିକା ବାୟୁସେନାର ଏଫ୩୫ ଯୁଦ୍ଧ ବିମାନର ଅବଶେଷ ଶେଷରେ ମିଳିଛି । ସାଉଥ କାରୋଲିନାରେ ଏହା ମିଳିଥିବା ଆମେରିକା ମ୍ୟାରିନ କର୍ପସ ସୂଚନା ଦେଇଛନ୍ତି । ଫାଇଟର ଜେଟ ନିଖୋଜ ହେବା ପରେ ସେନା ଏହାକୁ ଖୋଜି ବାହାର କରିବା ପାଇଁ ସ୍ଥାନୀୟ ଲୋକଙ୍କ ସାହାଯ୍ୟ ମାଗିଥିଲେ । ରବିବାର ଏହି ବିମାନ ହଠାତ ଖରାପ ହୋଇ ଯାଇଥିଲା । ପାଇଲଟ ଅଟୋ ମୁଡରେ ଏହାକୁ କିଛି ସମୟ ଚଲାଇବା ପରେ ନିଜେ ଏଥିରୁ ଇଜେକ୍ଟ ହୋଇ ଯାଇଥିଲା । କିଛି ସମୟ ଉଡିବା ପରେ ଏହା ନିଖୋଜ ହୋଇ ଯାଇଥିଲା । ତେବେ ଏହି ଯୁଦ୍ଧ ବିମାନ କାହିଁକି ଖରାପ ହେଲା ସେଥିନେଇ ତଦନ୍ତ ଆରମ୍ଭ ହୋଇଯାଇଛି ।

ଭାରତକୁ ଏହି ଫାଇଟର ଜେଟ ବିକ୍ରି କରିବା ପାଇଁ ଆମେରିକା ଆଗ୍ରହ ପ୍ରକାଶ କରିଥିଲା । ୨୦୦୬ରୁ ଏହି ସିରିଜର ବିମାନ ଆମେରିକା ସେନାରେ ସାମିଲ କରାଯାଇଥିଲା । ୨୦୧୫ ପର୍ଯ୍ୟନ୍ତ ଏହା ଆମେରିକାର ମୂଖ୍ୟ ଯୁଦ୍ଧ ବିମାନ ଭାବେ କାର୍ଯ୍ୟ କରି ଆସୁଥିଲା । ବିମାନ ନିକଟକୁ ନ ଯିବା ପାଇଁ ସ୍ଥାନୀୟ ଲୋକଙ୍କୁ ସେନା ପରାମର୍ଶ ଦେଇଛନ୍ତି ।

Comments are closed.