Latest Odisha News

BREAKING NEWS

ଦୀର୍ଘ ୪ ବର୍ଷର ବ୍ୟବଧାନ ପରେ ପୁଣି ଟ୍ରାକରେ ଗଡିବ ବିଳାସପୂର୍ଣ୍ଣ ଟ୍ରେନ୍ ଡେକ୍କନ ଓଡିସି

ନୂଆଦିଲ୍ଲୀ: ଦୀର୍ଘ ୪ ବର୍ଷର ବ୍ୟବଧାନ ପରେ ପୁଣି ଥରେ ଟ୍ରାକରେ ଗଡିବାକୁ ଯାଉଛି ଡେକ୍କନ ଓଡିସି ଟ୍ରେନ୍  । ଏଥିରେ ଯାତ୍ରୀଙ୍କୁ ବାର ସହ ରେଷ୍ଟୁରାଣ୍ଟର ସମସ୍ତ ସୁବିଧା ମିଳିବ  । କୋଭିଡ୍ ମହାମାରୀ ଯୋଗୁଁ ଏହି ଟ୍ରେନ୍ ଅଟକି ଯାଇଥିଲା  । ଦୀର୍ଘ ୪ ବର୍ଷ ପରେ ଲହା ପୁଣି ଥରେ ଟ୍ରାକକୁ ଫେରିବ  । ଏହି ଟ୍ରେନକୁ ବିଳାସପୂର୍ଣ୍ଣ ଟ୍ରେନ୍ ଭାବେ ବିବେଚନା କରାଯାଏ  । ୨୦୦୪ ମସିହାରେ କେନ୍ଦ୍ର ଏବଂ ମହାରାଷ୍ଟ୍ର ସରକାରଙ୍କ ସହାୟତାରେ ଆରମ୍ଭ ହୋଇଥିଲା ।

BjdElectrycity

ସେପ୍ଟେମ୍ବର ୨୩ ଅର୍ଥାତ୍ ଆସନ୍ତାକାଲିଠାରୁ ଏହି ଟ୍ରେନ୍ ଚଳାଚଳ କରିବ  । ଛତ୍ରପତି ଶିବାଜୀ ଟର୍ମିନସ୍ ରୁ ଏହାର ଶୁଭାରମ୍ଭ କରାଯିବ  । ରାଜ୍ୟ ବିଧାନସଭା ସଭାପତି ରାହୁଲ ନର୍ଭେକର, ପର୍ଯ୍ୟଟନ ମନ୍ତ୍ରୀ ଗିରିଶ ମହାଜନ , ଶିକ୍ଷା ମନ୍ତ୍ରୀ ଦୀପକ କେସରକରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏହି ଏୗତିହାସିକ ମୂହୁର୍ତ୍ତରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହି ଟ୍ରେନ୍ ଗୁଜୁରାଟ, ରାଜସ୍ଥାନ, ଦିଲ୍ଲୀ , ଉତ୍ତର ପ୍ରଦେଶ , ମଧ୍ୟପ୍ରଦେଶ , ପଶ୍ଚିମବଙ୍ଗ ଦେଇ ଗତି କରିବାର ସୂଚନା ରହିଛି ।

ଏଥିଲାଗି ଏହାର ବୁକିଂ ଆରମ୍ଭ ହୋଇଛି । ଏହି ଟ୍ରେନ୍ ଯୋଗେ ଯାତ୍ରୀ ମାନଙ୍କୁ ୬.୫ ଲକ୍ଷ ଟଙ୍କାର ପ୍ୟାକେଜ୍ ନେବାକୁ ପଡିବ  । ଯେଉଁଥିରେ ଯାତ୍ରୀମାନେ ଫାଇପ୍ ଷ୍ଟାର୍ ହୋଟେଲର ସୁବିଧା ସହ ୭ ଦିନ ଯାତ୍ରା କରିପାରିବେ । ଏହାବ୍ୟତୀତ ଏଥିରେ ସ୍ପା , ବାର୍ ଏବଂ ବିଳାସ ପୂର୍ଣ୍ଣ ଡିଲକ୍ସ ରୁମ୍ , କ୍ୟାରମ୍ ଖେଳିବା ପାଇଁ ଇନଡୋରର ବ୍ୟବସ୍ଥା ରହିଛି । ଟ୍ରେନକୁ ଏକ ନୂଆ ଲୁକ୍ ଦିଆଯାଇଛି ।

 

Leave A Reply

Your email address will not be published.