Latest Odisha News

BREAKING NEWS

ପ୍ରଥମ ମହିଳା ବାଚସ୍ପତି ହେଲେ ପ୍ରମିଳା ମଲ୍ଲିକ: ବିଧିବଦ୍ଧ ଭାବେ ଘୋଷଣା କଲେ ଉପ-ବାଚସ୍ପତି

ଭୁବନେଶ୍ବର: ସାରା ଓଡିଶା ପାଇଁ ଆଜି ଏକ ଏୗତିହାସିକ ଦିନ । ଆଜି ଓଡିଶା ବିଧାନସଭା ପାଇଲା ପ୍ରଥମ ମହିଳା ବାଚସ୍ପତି  । ପ୍ରମିଳା ମଲ୍ଲିକ ବାଚସ୍ପତି ଭାବେ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି  । ଉପବାଚସ୍ପତି ରଜନୀକାନ୍ତ ସିଂ ଏହା ଘୋଷଣା କରିଛନ୍ତି  । ଅନ୍ୟ କେହି ନାମାଙ୍କନ ଭରିନଥିବାରୁ ସେ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି । ନିର୍ବାଚିତ ହେବା ପରେ ପ୍ରମିଳା ମଲ୍ଲିକ ବିଧିବଦ୍ଧ ଭାବେ ଦାୟିତ୍ବ ନେଇଛନ୍ତି । ଗୃହରେ ମୁଖ୍ୟମନ୍ତ୍ରୀ ଏ ନେଇ ପ୍ରସ୍ତାବ ରଖିଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିରୋଧୀ ବିଜେପି ପକ୍ଷରୁ ମୁଖ୍ୟ ସଚେତକ ମୋହନ ମାଝି ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ନୂତନ ବାଚସ୍ପତିଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରମିଳାଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ଓଡିଶା ପ୍ରଥମ ମହିଳା ବାଚସ୍ପତି ପାଇଛି  । ଏହା ଏକ ଏୗତିହାସକ ମୂହୁର୍ତ୍ତ  । ସେପଟେ ବାଚସ୍ପତି ଭାବେ ଶପଥ ନେବା ପରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରମିଳା ମଲ୍ଲିକ  । ଗୃହର ପଦ ମର୍ଯ୍ୟାଦା ରକ୍ଷା କରିବା ସହ ଗୃହର ସୁପରିଚାଳନାରେ ସହଯୋଗ କରିବାକୁ ସମସ୍ତଙ୍କୁ ଆହ୍ବାନ ଦେଇଛନ୍ତି ନୂଆ ବାଚସ୍ପତି ପ୍ରମିଳା ମଲ୍ଲିକ  ।

Leave A Reply

Your email address will not be published.