Latest Odisha News

BREAKING NEWS

କେନ୍ଦୁଝର ରାଙ୍କି କୋଭିଡ୍ ହସ୍ପିଟାଲରେ ସ୍ଥାପନ ହେଲା ଅକ୍ସିଜେନ୍ ସପ୍ଲାଏ ୟୁନିଟ୍

କେନ୍ଦୁଝର: ରାଙ୍କି କୋଭିଡ୍ ହସ୍ପିଟାଲରେ ଆଉ ରହିବନି ମେଡିକାଲ୍ ଅକ୍ସିଜେନ୍ ଅଭାବ । ମେଡିକାଲରେ ପିଏସ୍ଏ ଟେକ୍ନୋଲୋଜି ଅକ୍ସିଜେନ୍ ଜେନେରେଟର ମେସିନ୍ ସ୍ଥାପନ କରାଯାଇଛି । ଯାହାକି ରାଙ୍କି କୋଭିଡ୍ ହସ୍ପିଟାଲରେ ଅକ୍ସିଜେନ୍ ଚାହିଦାକୁ ପୂରଣ କରିପାରିବ । ମେଡିକାଲରେ ୪୫ଟି ଆଇସିୟୁ ଓ ୨୬ଟି ଭେଣ୍ଟିଲେଟର ରହିଛି । ଅତ୍ୟଧିକ ଚାହିଦା ବେଳେ ୪୫ଟି ଆଇସିୟୁ ବେଡ୍ ପାଇଁ ୨୯୦ ଜମ୍ବୋ ସିଲିଣ୍ଡର ଦୈନିକ ଆବଶ୍ୟକ । ଏହି ଚାହିଦାକୁ ଅକ୍ସିଜେନ୍ ଜେନେରେଟର ମେସିନ୍ ପୂରଣ କରିପାରିବ ।

କୋଭିଡର ପ୍ରଥମ ପ୍ରବାହ ବେଳେ ମେଡିକାଲ୍ ଅକ୍ସିଜେନ୍ ଅଭାବ ପରିଲକ୍ଷିତ ହୋଇଥିଲା । ଏହାକୁ ଦେଖି ଡିଏମ୍ଏଫ ଫଣ୍ଡରୁ ଅକ୍ସିଜେନ୍ ଜେନେରେଟର ମେସିନ୍ କିଣିବା ଲାଗି ୨୦୨୦ ଅକ୍ଟୋବରର ନିଷ୍ପତ୍ତି ନେଇଥିଲା ଜିଲ୍ଲା ପ୍ରଶାସନ । ୨୦୨୧ ଜାନୁଆରୀରେ ଅକ୍ସିଜେନ୍ ଜେନେରେଟର ମେସିନ୍ ଜିଲ୍ଲାରେ ପହଞ୍ଚିଥିଲା । ୨୦୨୧ ଏପ୍ରିଲ୍ ଶେଷ ସପ୍ତାହରେ ଏହାର ଇନଷ୍ଟଲେସନ୍ କାମ ଆରମ୍ଭ ହୋଇଥିଲା ।

Dedicated Oxygen Supply Unit at COVID-19, Ranki Keonjhar

୨୦୨୧ ମେ ୧୦ ସୁଦ୍ଧା ଇନଷ୍ଟଲେସନ୍ କାମ, କ୍ୱାଲିଟି ଚେକ୍ ସରିବା ସହ ସମସ୍ତ ୪୫ଟି ଆଇସିୟୁ ବେଡକୁ ଅକ୍ସିଜେନ୍ ସଂଯୋଗ କରାଯାଇଥିଲା । ଏହି ଅକ୍ସିଜେନ୍ ଜେନେରେଟର ମେସିନ୍ ଘଣ୍ଟାଏର ୫ଟି ଜମ୍ବୋ ସିଲିଣ୍ଡର ଅକ୍ସିଜେନ୍ ଦେଇପାରିବ । ଦିନକରେ ପାଖାପାଖି ୮.୫ ଲକ୍ଷ ଲିଟର ଅକ୍ସିଜେନ୍ ପବନରୁ ଉତ୍ପାଦନ କରି ପାରିବ ।

କରୋନା ପ୍ରଥମ ପ୍ରବାହ ବେଳେ ରାଙ୍କି କୋଭିଡ୍ ହସ୍ପିଟାଲରେ ୧୪ଟି ଆଇସିୟୁ ବେଡ୍ ସହ ୧୨ଟି ଉଚ୍ଚକ୍ଷମତା ସମ୍ପନ୍ନ ଭେଣ୍ଟିଲେଟର ରହିଥିଲା । ଏବେ ଏହାକୁ ବଢାଇ ୪୫ଟି ଆଇସିୟୁ ବେଡ୍ ଓ ୨୬ଟି ଭେଣ୍ଟିଲେଟର ରହିଛି ।

Leave A Reply

Your email address will not be published.