Latest Odisha News

BREAKING NEWS

ମାନସିକ ସ୍ୱାସ୍ଥ୍ୟ ସମସ୍ୟା ଉପରେ ଟିପ୍‌ସ ଦେବେ ଦୀପିକା

ମୁମ୍ବାଇ: ମାନସିକ ସ୍ବାସ୍ଥ୍ୟ ସମସ୍ୟା ସହ ସଂଗ୍ରାମ ବିଷୟରେ ଦୀପିକା ପାଦୁକୋନ୍ ସର୍ବଦା ସ୍ୱର ଉତ୍ତୋଳନ କରିଆସୁଛନ୍ତି। ଅନେକ ଲୋକଙ୍କୁ ସେ ମାନସିକ ସ୍ବାସ୍ଥ୍ୟ ଉପରେ କାର୍ଯ୍ୟ କରିବାକୁ ପ୍ରେରଣା ମଧ୍ୟ ଦେଇଛନ୍ତି। ତେବେ ସେ ଏନେଇ ଏକ ନୂଆ ଅଭିଯାନ ଆରମ୍ଭ କରିଛନ୍ତି।

ଏହାକୁ ନେଇ ସେ ଏକ କେୟାର୍‌ ପ୍ୟାକେଜ୍‌ ଲଞ୍ଚ କରିଛନ୍ତି। ଏହା ଏକ ପ୍ରକାରର ଅଡିଓ ଫେଷ୍ଟିଭାଲ୍‌। ସେ ସୋସିଆଲ ମିଡିଆରେ ଏ ସଂକ୍ରାନ୍ତରେ ତାଙ୍କ ପ୍ରଶଂସକମାନଙ୍କୁ ଅବଗତ କରାଇଛନ୍ତି। ତାଙ୍କର ନୂତନ ପଦକ୍ଷେପ ଅନୁଯାୟୀ ସେ ଅନ୍ୟମାନଙ୍କ ସହ ମାନସିକ ସ୍ବାସ୍ଥ୍ୟ ସମ୍ପର୍କରେ ଆଲୋଚନା କରିବାକୁ ପ୍ରସ୍ତୁତ ଥିବାକହିଛନ୍ତି। ଏହା କ୍ଲବହାଉସ୍ ଆପରେ ଜୁଲାଇ ୨୦ ରେ ସନ୍ଧ୍ୟା ୭ ରୁ ୮.୩୦ ମଧ୍ୟରେ ଜାରି ହେବ।

Comments are closed.