Latest Odisha News

BREAKING NEWS

ମାତାପିତା ହେବେ ଦୀପଭିର, ଇନଷ୍ଟାରେ ଦେଲେ ଗୁଡ୍ ନ୍ୟୁଜ୍

ମୁମ୍ବାଇ: ଫ୍ୟାନ୍ସଙ୍କୁ ଖୁସି ଖବର ଦେଲେ ଦୀପିକା ପାଦୁକୋନ ଏବଂ ରଣବୀର ସିଂ । ଅଭିନେତ୍ରୀ ନିଜ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ସେ ପ୍ରେଗନେଣ୍ଟ ଥିବା ସୂଚନା ଦେଇଛନ୍ତି । ଏହି ଖବର ପାଇବା ମାତ୍ରେ ପ୍ରଶଂସକମାନେ ଖୁସି ହୋଇଯାଇଛନ୍ତି । ଗତ କିଛି ଦିନ ପୂର୍ବେ ଦୀପିକା ଏବଂ ରଣବୀର ପିତାମାତା ହେବାକୁ ଯାଉଥିବା ଖବର ଚର୍ଚ୍ଚାରେ ଥିବାବେଳେ, ଏବେ ଏହା ଉପରେ ଉଭୟ ମୋହର ମାରିଛନ୍ତି ।

ଯାହା ସୋସିଆଲ ମିଡିଆରେ ଖୁବ ଶୀଘ୍ର ଭାଇରାଲ ହେଉଛି। ଦୀପିକା ନିଜ ପୋଷ୍ଟରେ ସେପ୍ଟେମ୍ବର ମାସ ବିଷୟରେ ଉଲ୍ଲେଖ କରିଛନ୍ତି । ଏହାର ଅର୍ଥ ସୂଚାଉଛିଯେ, ସେପ୍ଟେମ୍ବରରେ ଦୀପିକା ତାଙ୍କ ସନ୍ତାନକୁ ଜନ୍ମ ଦେବେ । ଏହା ସହ ସେ କ୍ୟାପସନରେ ହାତ ଯୋଡିଥିବା ସହ ଏଭିଲ ଆଖିର ଇମୋଜି ଦେଇଛନ୍ତି । ପୋଷ୍ଟ ଦେଖି ବଲିଉଡ ତାରକାଙ୍କ ଠାରୁ ଆରମ୍ଭ କରି ଦୀପଭିରଙ୍କ ପ୍ରଶଂସକମାନେ ସେମାନଙ୍କୁ ଅଭିନନ୍ଦନ ଜଣାଇବା ଆରମ୍ଭ କରିଦେଇଛନ୍ତି ।

 

ତେବେ କିଛି ଦିନ ତଳେ ଅଭିନେତ୍ରୀ ଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ ଦୀପିକା ବେବି ବମ୍ପ ଲୁଚାଉଥିବା ନଜର ଆସିଥିଲେ । ଏହାପରେ ସେ ଗର୍ଭବତୀ ଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ବର୍ତ୍ତମାନ ବଲିଉଡର ଏହି ଲୋକପ୍ରିୟ ଦମ୍ପତି ସମସ୍ତ ଚର୍ଚ୍ଚାର ଅନ୍ତ ଘଟାଇ ଘରକୁ ନୂଆ ଅତିଥି ଆସିବା ନେଇ ନିଶ୍ଚିତ କରିଛନ୍ତି ।

୨୦୧୮ରେ ପ୍ରେମ ବିବାହ କରିଥିଲେ ବଲିଉଡର ଏହି ଲୋକପ୍ରିୟ କପଲ । ତେବେ ବିବାହର ୬ ବର୍ଷ ପରେ ପିତାମାତା ହେବାକୁ ଯାଉଛନ୍ତି ଅଭିନେତ୍ରୀ ଦୀପିକା ପାଦୁକୋନ ଏବଂ ଅଭିନେତା ରଣଭୀର ସିଂ ।

Leave A Reply

Your email address will not be published.