Latest Odisha News

BREAKING NEWS

ଆଜି ସିବିଆଇରେ ହାଜର ହେବେନି ଅଖିଳେଶ!

ଲକ୍ଷ୍ନୌ: ବେଆାଇନ୍ ଖଣି ଖନନ ମାମଲାରେ ଆଜି ସିବିଆାଇରେ ହାଜର ହେବେନି ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ । ଦଳ ପକ୍ଷରୁ ଏହି ସୂଚନା ଦିଆଯାଇଛି । ବେଆାଇନ୍ ଖଣି ଖନନ ମାମଲାରେ ଆଜି ହାଜର ହେବାକୁ ସିବିଆଇ ପକ୍ଷରୁ ଅଖିଳେଶଙ୍କୁ କୁହାଯାଇଥିଲା । ଦଳ ପକ୍ଷରୁ କୁହାଯାଇଛି ଲକ୍ଷ୍ନୌ ପାର୍ଟି ଅଫିସରେ ଏକ ମିଟିଂରେ ସାମିଲ ହେବେ ଅଖିଳେଶ । ତେଣୁ ସେ ଦିଲ୍ଲୀ ଯାଇପାରିବେନି । ଏହା ସହ ସମାଜବାଦୀ ପାର୍ଟିର ପ୍ରବକ୍ତା କହିଛନ୍ତି ଅଖିଳେଶ ଦିଲ୍ଲୀ ଯିବା ନେଇ ତାଙ୍କ ପାଖରେ କିଛି ଖବର ନାହିଁ । ସେ ଆଜି ଲକ୍ଷ୍ନୌ ପାର୍ଟି ଅଫିସରେ ଥିବା ଏକ ବୈଠକରେ ଯୋଗ ଦେବା ନେଇ ସୂଚନା ରହିଛି ।

ସେପେଟ ନୋଟିସକୁ ନେଇ ଅଖିଳେଶ କହିଛନ୍ତି ଘଟଣାକୁ ରାଜନୀତିକରଣ କରାଯାଉଛି । ଏହା ସହ କହିଛନ୍ତି ସମାଜବାଦୀ ପାର୍ଟି ବିଜେପି ସରକାରର ବଡ଼ ଟାର୍ଗେଟ । ୨୦୧୯ ମଧ୍ୟ ଏହି ପରି ଭାବେ ତାଙ୍କୁ ଏକ ନୋଟିସ ମଧ୍ୟ ମିଳିଥିଲା । ସେତେବେଳେ ଲୋକସଭା ନିର୍ବାଚନ ମଧ୍ୟ ଥିଲା । ଏବେ ପୁଣି ଥରେ ନିର୍ବାଚନ ଆସୁଛି ତାଙ୍କ ପାଖକୁ ନୋଟିସ ମଧ୍ୟ ପଠାଯାଇଥିବା ସେ କହିଛନ୍ତି । ଏଇଟା ସମସ୍ତଙ୍କୁ ଜଣା ଅଛି ଯେତେବେଳେ ନିର୍ବାଚନ ଆସେ ସେତେବେଳେ ନୋଟିସ ମଧ୍ୟ ଆସେ । ଯଦି ବିଜେପି ୧୦ ବର୍ଷରେ ବହୁତ କାମ କରିଛି ତେବେ ଡ଼ର କାହାକୁ ।

ଉତ୍ତରପ୍ରଦେଶର ସମାଜବାଦୀ ପାର୍ଟିର ସରକାର ଥିବା ସମୟରେ ହମିରପୁରରେ ବଡ ଧରଣର ଖଣି ଦୁର୍ନୀତିର ଅଭିଯୋଗ ସାମ୍ନାକୁ ଆସିଥିଲା । ୨୦୧୯ ଜାନୁଆରି ୨ ତାରିଖରେ ସିବିଆଇ ୧୧ ଜଣ ଅଭିଯୁକ୍ତଙ୍କ ନାଁରେ ମାମଲା ରୁଜୁ କରିଥିଲା । ଖଣି ଦୁର୍ନିତୀରେ ବହୁ ସରକାରୀ କର୍ମଚାରୀଙ୍କ ନାଁ ମଧ୍ୟ ରହିଛି । ସିବିଆଇ ଅନୁସାରେ ତକ୍ରାଳୀନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଇ-ଟେଣ୍ଡରି ପ୍ରକ୍ରିୟାକୁ ଉଲ୍ଲଂଘନ କରି ୨୦୧୩ ଫେବ୍ରୁଆରି ୧୭ ତାରିଖରେ ଗୋଟିଏ ଦିନରେ ୧୩ଟି ଖଣି ଖନନ ପ୍ରକଳ୍ପକୁ ମଞ୍ଜୁରି ଦେଇଥିଲେ । ଏହି ମାମଲାରେ ପଚରାଉଚରା କରିବାକୁ ଅଖିଳେଶ ଯାଦବଙ୍କୁ ଦିଲ୍ଲୀ ଡାକିଛି ସିବିଆଇ ।

 

Leave A Reply

Your email address will not be published.