Latest Odisha News

BREAKING NEWS

ଦୀପିକା ପାଦୁକୋନଙ୍କୁ କରୋନା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ କୋଭିଡ-୧୯ ଟେଷ୍ଟ ପଜିଟିଭ ଆସିଛି । ପୂର୍ବରୁ ପିତା ପ୍ରକାଶ ପାଦୁକୋନ, ମାଆ ଉଜାଲା ପାଦୁକୋନ ଓ ଭଉଣୀ ଅନୀଷା ପାଦୁକୋନ କରୋନା ସଂକ୍ରମିତ ହୋଇଥିଲେ । ପରିବାରଲୋକଙ୍କୁ ଭେଟିବାକୁ ଦୀପିକା ବାଙ୍ଗାଲୋର ଯାଇଥିଲେ ।

ପ୍ରକାଶ ପାଦୁକୋନ ବ୍ୟାଡମିଂଟନ ଏକାଡେମୀର ଡାଇରେକ୍ଟର ବିମଲ କୁମାରଙ୍କ ମତରେ କରୋନା ସଂକ୍ରମିତ ହେବା ପରେ ପରିବାର ସଦସ୍ୟମାନେ ନିଜକୁ ଆଇସୋଲେଟ କରି ଦେଇଥିଲେ । ପ୍ରକାଶଙ୍କ ଜ୍ୱର ସପ୍ତାହେ ପରେ ନ କମିବାରୁ ତାଙ୍କୁ ବାଙ୍ଗାଲୋରର ଏକ ଡାକ୍ତରଖାନାରେ ଭର୍ତି କରାଯାଇଛି । ଆଶା କରୁଛି ୨/୩ ଦିନ ପରେ ସେ ସୁସ୍ଥ ହୋଇଯିବେ । ଦୀପିକାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି ବୋଲି ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ।

Leave A Reply

Your email address will not be published.