Latest Odisha News

BREAKING NEWS

ତାତିରୁ ସାମାନ୍ୟ ଆଶ୍ବସ୍ତି, ୪୦ ଡିଗ୍ରୀ ଉପରେ ବୌଦ୍ଧ

ଭୁବନେଶ୍ବର : ତାତିରୁ ମିଳିଛି ସାମାନ୍ୟ ଆଶ୍ବସ୍ତି । ଆଜି ସାରା ରାଜ୍ୟରେ ପାରଦ ସାମାନ୍ୟ ତଳକୁ ଖସିଛି । ରାଜ୍ୟର ପ୍ରୟା ସମସ୍ତ ସହରର ତାପମାତ୍ରା ହ୍ରାସ ପାଇଛି । ତେବେ ୪୦ ଡିଗ୍ରୀ ସହ କେବଳ ବୌଦ୍ଧ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଏନେଇ ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ।

ଆଜି ବାଲେଶ୍ବରରେ ତାପମାତ୍ରା ୩୦.୬ ଡିଗ୍ରୀ ଥିବା ବେଳେ, ଚାନ୍ଦବାଲିରେ ୩୨, କଟକରେ ୩୨, ପାରାଦୀପରେ ୩୦, ଭୁବନେଶ୍ବରରେ ୩୧.୮, ଗୋପାଳପୁରରେ ୩୪.୪, ପୁରୀରେ ୩୦.୮, ଅନୁଗୁଳରେ ୩୪.୧, ବାରିପଦାରେ ୩୦.୨, ଝାରସୁଗୁଡ଼ାରେ ୩୭.୫, କେନ୍ଦୁଝରରେ ୩୨.୨, ସମ୍ବଲପୁରରେ ୩୬.୬, ସୁନ୍ଦରଗଡ଼ରେ ୩୬, ହୀରାକୁଦରେ ୩୫.୩, ତାଳଚେରରେ ୩୪.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ସେହିପରି ଭବାନୀପାଟଣାରେ ୩୮.୬ ଡିଗ୍ରୀ ଥିବା ବେଳେ, ବଲାଙ୍ଗିରରେ ୩୯, କୋରାପୁଟରେ ୩୩, ଫୁଲବାଣୀରେ ୩୮, ଟିଟିଲାଗଡ଼ରେ ୩୯.୫, ମାଲକାନଗିରିରେ ୩୮.୫, ସୋନପୁରରେ ୩୮.୪, ଦାରିଙ୍ଗବାଡିରେ ୨୯.୫, ନୟାଗଡ଼ରେ ୩୭, ଛତ୍ରପୁରରେ ୩୩.୩, ପାରଳାଖେମୁଣ୍ଡିରେ ୩୩.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

Leave A Reply

Your email address will not be published.