Latest Odisha News

BREAKING NEWS

ଏହି ହଲିଉଡ ଅଭିନେତାଙ୍କ ପିିଲାର ମା’ ହେବାକୁ ଚାହୁଁଥିଲେ ଦୀପିକା

ମୁମ୍ବାଇ: ହଲିଉଡ଼ର ଏମିତି ଜଣେ କଳାକାର ଅଛନ୍ତି, ଯାହାକୁ ବଲିଉଡ଼ ଅଭିନେତ୍ରୀ ଦୀପିକା ପାଦୁକୋନ ମନେ ମନେ ଭଲପାଉଥିଲେ । ଖାଲି ସେତିକି ନୁହେଁ, ସେହି ଅଭିନେତାଙ୍କ ପିଲାର ମାଆ ହେବାକୁ ବି ଚାହୁଁଥିଲେ । ଏମିତି କିଛି କଥା କହିଛନ୍ତି ନିଜେ ଦୀପିକା । ଯାହାକୁ ନେଇ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଚର୍ଚ୍ଚା ।

ନିକଟରେ ବଲିଉଡର ଲୋକପ୍ରିୟ ଦମ୍ପତି ଦୀପିକା ପାଦୁକୋନ ଏବଂ ରଣବୀର ସିଂ କରଣ ଜୋହରଙ୍କ ସୋ ‘କଫି ଉଇଥ୍ କରଣ-୮’କୁ ଆସିଥିଲେ । ଏଠାରେ ଦୁହେଁ ସେମାନଙ୍କର ଡେଟିଂ ଜୀବନ ଏବଂ ବିବାହ ବିଷୟରେ ଖୋଲାଖୋଲି ଭାବରେ କଥା ହୋଇଥିଲେ । ଦୁହେଁ ଏହି ସୋ’ରେ କିଛି ଏଭଳି କଥା କହିଦେଇଥିଲେ, ଯାହାକୁ ନେଇ ତାଙ୍କୁ ଟ୍ରୋଲ ହେବାକୁ ପଡ଼ିଛି । ଅଭିନେତ୍ରୀ ଅନୁଷ୍କା ଶର୍ମା ଓ ଦୀପିକା ପାଦୁକୋନଙ୍କ ସହ ପ୍ରଥମ ଦେଖାର କାହାଣୀ ସମାନ ଥିବାରୁ ରଣବୀରଙ୍କୁ ଟ୍ରୋଲ କରାଯାଉଥିବା ବେଳେ ଦୀପିତାଙ୍କୁ ତାଙ୍କ ପ୍ରେମ ଜୀବନ ପାଇଁ ଟ୍ରୋଲ କରାଯାଉଛି ।

ରଣବୀରଙ୍କୁ ଭେଟିବା ପରେ ସେ ତାଙ୍କୁ ପସନ୍ଦ କରୁଥିଲେ ସତ । ହେଲେ ସେ ବିବାହ ପାଇଁ ପ୍ରସ୍ତାବ ଦେଇ ନ ଥିବାରୁ ଦୀପିକା ଅନ୍ୟ ପୁଅମାନଙ୍କ ସହ ମଧ୍ୟ ସମୟ କଟାଉଥିବା କହିଥିଲେ । ଏହାକୁ ନେଇ ତାଙ୍କୁ ସମାଲୋଚନା କରାଯାଇଥିଲା । ଦୀପକା ମନେ ମନେ ହଲିଉଡ ଷ୍ଟାର ଭିନ୍ ଡିଜେଲଙ୍କ ସନ୍ତାନର ମା’ ହେବାର ସ୍ୱପ୍ନ ଦେଖୁଥିଲେ ବୋଲି କହିଛନ୍ତି । ଦୀପିକା ମଜାକରେ ଏହି କଥାଟି କହିଥିବା ବେଳେ ରଣବୀରଙ୍କ ପ୍ରଶଂସକଙ୍କୁ ଏହା ପସନ୍ଦ ଆସିନାହିଁ ।

Leave A Reply

Your email address will not be published.