Latest Odisha News

BREAKING NEWS

ଭିଡିଓ କନଫେରେନ୍ସିରେ ଲୋକାର୍ପଣ ହେଲା ୪୪ ପୋଲ, ପ୍ରତିରକ୍ଷା ମୁକାବିଲା ପାଇଁ ଗୁରୁତ୍ୱପୂର୍ଣ୍ଣ

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସୋମବାର ଭିଡିଓ କନଫେରେନ୍ସି ମାଧ୍ୟମରେ ୪୪ ପୋଲ ଲୋକାର୍ପଣ କରିଛନ୍ତି । ଏଲଏସି ଓ ଏଲଓସିରେ ଭାରତର ଯବାନମାନଙ୍କ ପାଖରେ ଏହା ମାଧ୍ୟମରେ ଶୀଘ୍ର ସହାୟତା ତଥା ଅସ୍ତ୍ରଶସ୍ତ୍ର ପଂହଚିପାରିବ । ପୋଲଗୁଡିକ ସୀମାବର୍ତି ରାଜ୍ୟ ଲଦାଖ, ଜମ୍ମୁ-କଶ୍ମୀର, ଅରୁଣାଚଳପ୍ରଦେଶ, ସିକ୍କିମ, ହିମାଚଳପ୍ରଦେଶ, ଉତରାଖଣ୍ଡ ଏବଂ ପଂଜାବରେ ରହିଛି ।

ପୋଲଗୁଡିକ ସୀମା ସଡକ ସଂଗଠନ ପକ୍ଷରୁ କରାଯାଇଛି । ହିମାଚଳପ୍ରଦେଶର ଦାରଚାରେ ଥିବା ପୋଲ ୩୫୦ ମିଟର ଲମ୍ବା ରହିଛ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଚୀନ ସୀମାକୁ ୨୨ ପୋଲ ସିଧାସଳଖ ସଂଯୋଗ କରୁଛି । ଭାରତର ଆକ୍ରମଣାତ୍ମକ ପଦକ୍ଷେପ ନେଇ ଚୀନ ଏବେ ଚିନ୍ତାରେ ପଡିଛି ।

Leave A Reply

Your email address will not be published.