Latest Odisha News

BREAKING NEWS

ବିଗିଡିଲା ଶୋଏବ ଇବ୍ରାହିମ ସ୍ଵାସ୍ଥ୍ୟବସ୍ଥା, ହସ୍ପିଟାଲରେ ହେଲେ ଭର୍ତ୍ତି

ମୁମ୍ବାଇ: ଅଭିନେତା ଶୋଏବ ଇବ୍ରାହିମ ପ୍ରଶଂସକଙ୍କ ପାଇଁ ଏକ ଦୁଃଖ ଖବର । ବିଗିଡିଲା ଶୋଏବଙ୍କ ସ୍ଵାସ୍ଥ୍ୟବସ୍ଥା । ହସ୍ପିଟାଲରେ ହେଲେ ଭର୍ତ୍ତି । ଶୋଏବଙ୍କ ପତ୍ନୀ ଦୀପିକା କକ୍କର ଏନେଇ ସୂଚନା ଦେଇଛନ୍ତି । ଦୀପିକା ତାଙ୍କ ସୋସିଆଲ ମିଡିଆରେ ଆକାଉଣ୍ଟରେ ଶୋଏବଙ୍କ ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ଶୋଏବ ହସ୍ପିଟାଲ୍ ବେଡରେ ଶୋଇଛନ୍ତି । ଏହି ଫଟୋଟି ସେୟାର ହେବାପରଠାରୁ ପ୍ରଶଂସକମାନେ ଅଭିନେତାଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛନ୍ତି ।

ଦୀପିକା କକ୍କର ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରି ସେଥିରେ କ୍ୟାପସନରେ ଲେଖିଛନ୍ତି ଯେ, ‘ତାଙ୍କ ମସ୍ତିଷ୍ଟ କାମ କରିବାକୁ ଚାହୁଁଛି କିନ୍ତୁ ଶରୀର କାମ କରିବାକୁ ଅସମର୍ଥ । ବର୍ତ୍ତମାନ ସେ ବହୁତ କଷ୍ଟରେ ଅଛନ୍ତି । ମୋ ହିରୋ ଶୀଘ୍ର ଭଲ ହୋଇଯାଅ ।

ଶୋଏବ ‘ଝଲକ ଦିଖଲାଜା ସିଜନ ୧୧’ ର ପ୍ରତିଯୋଗୀ ଅଟନ୍ତି । ଏହି ରିଆଲିଟି ସୋ’ରେ ଶୋଏବ ଅତ୍ୟନ୍ତ ଭଲ ପ୍ରଦର୍ଶନ ଦେଇଛନ୍ତି । ଶୋଏବଙ୍କ ପାଇଁ ଏହି ସୋ ମଧ୍ୟ ସ୍ୱତନ୍ତ୍ର କାରଣ ତାଙ୍କ ପୁଅ ଏହି ସୋ’ରେ ପ୍ରଥମ ଥର ପାଇଁ ଟିଭିରେ ଆସିଥିଲେ । ତେବେ ଶୋ’ର ଫାଇନାଲ ପୂର୍ବରୁ ଶୋଏବ ଯଥାଶୀଘ୍ର ଭଲ ହୋଇଯାଆନ୍ତୁ ବୋଲି ଶୋଏବଙ୍କ ପ୍ରଶଂସକମାନେ ପ୍ରାର୍ଥନା କରୁଛନ୍ତି । ତେବେ ଶୋ’ର ଶେଷ ତାରିଖ ଏପର୍ଯ୍ୟନ୍ତ ଜଣାପଡିନାହିଁ ।

Leave A Reply

Your email address will not be published.