Latest Odisha News

BREAKING NEWS

୭୫୨୩ କୋଟି ଟଙ୍କାରେ ଭାରତ ବରାଦ କଲା ୧୧୮ ଅର୍ଜୁନ ଏକେ-୧ଏ ଟ୍ୟାଙ୍କ

ନୂଆଦିଲ୍ଲୀ: ଭାରତୀୟ ସେନାକୁ ମଜଭୁତ କରିବା ପାଇଁ ସରକାର ୧୧୮ ଅର୍ଜୁନ ଏକେ-୧ଏ ଯୁଦ୍ଧ ଟ୍ୟାଙ୍କ ବରାଦ କରିଛି । ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏହି ଟ୍ୟାଙ୍କର ଓଭରାଲ ଆନୁମାନିକ ମୂଲ୍ୟ ୭୫୨୩ କୋଟି ଟଙ୍କା ହେବ । ଭାରତ ସରକାର ଏଥିପାଇଁ ଅନୁମତି ଦେଇସାରିଛି । ଚେନ୍ନାଇର ଅଭଡି ହେଭି ହ୍ୱିକେଲ ଫ୍ୟାକ୍ଟ୍ରି ଏହାକୁ ନିର୍ମାଣ କରିବ ।

ଏମବିଟି ଏମକେ-୧ଏ ଅର୍ଜୁନ ଟ୍ୟାଙ୍କର ଏହା ନୂତନ ସଂସ୍କରଣ । ଏଥିରେ ଅଧିକ ସ୍ୱଦେଶୀ ଉପକରଣର ବ୍ୟବହାର ହୋଇଛି । ପୂର୍ବ ଟ୍ୟାଙ୍କ ତୁଳନାରେ ୭୨ଟି ନୂତନ ଫିଚର୍ସ ରହିଛି । ଡିଆରଡିଓ ଏହାର ଡିଜାଇନ ପ୍ରସ୍ତୁତ କରିଛି । ଭାରତୀୟ ଆର୍ମି ଦୀର୍ଘଦିନ ଧରି ଅତ୍ୟାଧୁନିକ ଟ୍ୟାଙ୍କର ଆବଶ୍ୟକତା ରହୁଛି ବୋଲି ଦର୍ଶାଇ ଆସୁଥିଲା ।

Leave A Reply

Your email address will not be published.