Latest Odisha News

BREAKING NEWS

ବନ୍ଧୁକ ତିଆରି କାରଖାନା ଉପରେ ସମ୍ବଲପୁର ପୋଲିସର ଚଢ଼ାଉ, ୭ ଗିରଫ

ସମ୍ବଲପୁର : ସମ୍ବଲପୁର ପୋଲିସକୁ ବଡ଼ ସଫଳତା । ଯୁଯୁମୁରା ଥାନା ଅଞ୍ଚଳରୁ ଜବତ ହୋଇଛି ୨ଟି ବନ୍ଧୁକ ତିଆରି କାରଖାନା । ମାମଲାରେ ପୋଲିସ ଜଣେ ଦମ୍ପତିଙ୍କ ସହ ମୋଟ ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଦୀର୍ଘ ବର୍ଷ ଧରି ଏମାନେ ଦେଶୀ ବନ୍ଧୁକ ତିଆରି କରୁଥିଲେ । ବିଶେଷ କରି ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ଼ ଆଦି ଜିଲ୍ଲାରେ ଏମାନେ ବନ୍ଧୁକ ବିକ୍ରୀ କରୁଥିବା ଜଣାପଡିଛି । ଗିରଫ ଅଭିଯୁକ୍ତଙ୍କ ନିକଟରୁ ୪ଟି ଦେଶୀ ବନ୍ଧୁକ ସହ ବନ୍ଧୁକ ତିଆରି ସାମଗ୍ରୀ ପୋଲିସ ଜବତ ଜରିଛି ।

ସମ୍ବଲପୁର ଜିଲ୍ଲା ଯୁଯୁମୁରା ଅଞ୍ଚଳର ଗୁଡାପାଲି, ବାସୁପଲି ଓ ହିରୋ ଗ୍ରାମରୁ ଏମାନଙ୍କୁ ଗିରଫ କରାଯାଇଛି । ଏହି ବନ୍ଧୁକ କେବଳ ପଶୁ ଶିକାର ପାଇଁ ଉଦ୍ଦିଷ୍ଟ ଥିଲା ବୋଲି ସୂଚନା ଦେଇଛନ୍ତି ସମ୍ବଲପୁର ଏସପି । ଆଗକୁ ଏହି ଅଞ୍ଚଳରେ ଚଢ଼ାଉକୁ ଜୋରଦାର କରାଯିବ ବୋଲି କହିଛନ୍ତି ସମ୍ବଲପୁର ଏସପି ।

Leave A Reply

Your email address will not be published.