Latest Odisha News

ଅଣସରରେ ଶ୍ରୀଜୀଉ; କଟକଣା ଯୋଗୁଁ ଭକ୍ତଙ୍କୁ ଅଲାରନାଥ ମନ୍ଦିରରେ ଦର୍ଶନ ମନା

ପୁରୀ: ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ବିନା ଉପସ୍ଥିତିରେ ଚତୁର୍ଦ୍ଧା ମୂରତୀଙ୍କ ସ୍ନାନଯାତ୍ରା ସମ୍ପନ୍ନ ହୋଇଛି । ଶ୍ରୀଜୀଉମାନଙ୍କ ଅଣସର ନୀତି ଆରମ୍ଭ ହୋଇଛି । ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ଅଣସର ନୀତି ଚାଲିଥିବା ବେଳେ ଭକ୍ତମାନେ ଠାକୁରମାନଙ୍କୁ ଦର୍ଶନ କରିନପାରି ପୁରୀ ଜିଲ୍ଲା ବ୍ରହ୍ମଗିରିଠାରେ ଥିବା ଅଲାରନାଥଙ୍କୁ ଦର୍ଶନ କରି ନିଜକୁ ଧନ୍ୟ ମନେ କରନ୍ତି । ମାତ୍ର କୋଭିଡ୍ ୧୯ ନିୟମ ପାଳନ ହେଉଥିବା ଯୋଗୁଁ ଅଲାରନାଥରେ ମଧ୍ୟ ଶ୍ରଦ୍ଧାଳୁମାନେ ଦିଅଁ ଦର୍ଶନ କରିପାରିବେ ନାହିଁ ।

ମିଳିଥିବା ସୂଚନାନୁଯାୟୀ, ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ବ୍ରହ୍ମଗିରି ଅଲାରନାଥ ମନ୍ଦିର ନିକଟବର୍ତ୍ତୀ ଅଞ୍ଚଳରେ ୧୪୪ ଧାରା ଜାରି ବଳବତ୍ତର ରହିବ । ସାଧାରଣ ଭକ୍ତମାନଙ୍କ ଲାଗି ମନ୍ଦିରରେ ଠାକୁରଙ୍କୁ ଦର୍ଶନ ମନା ।

୧୪୪ ଧାରା ଜାରି ହୋଇଥିବା ଯୋଗୁଁ ବ୍ରହ୍ମଗିରିର ଅନେକ ଗଳିକନ୍ଦି ଓ କିଛି ବଜାର ଅଞ୍ଚଳ ଗୁଡ଼ିକୁ ସିଲ୍ କରିଦିଆଯାଇଛି ।

Leave A Reply

Your email address will not be published.