ମଧ୍ୟପ୍ରଦେଶ: ଆତ୍ମହତ୍ୟା କଲେ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ନିଧି ତିୱାରୀା ୩୦ ବର୍ଷ ବୟସରଙ୍କ ମଧ୍ୟପ୍ରଦେଶର ସିଙ୍ଗରାଉଲିରେ ଥିବା ମୋରବା ସ୍ଥିତ ଘରେ ଶନିବାର ରାତିରେ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଆତ୍ମହତ୍ୟା ପଛରେ ଜଣେ ବାହାର ରାଜ୍ୟରେ ରହୁଥିବା ଯୁବକ ଥିବା ପରିବାରଲୋକ ଅଭିଯୋଗ କରିଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଛି । ସୂଚନା ଅନୁସାରେ ଶନିବାର ରାତି ୮ଟାରେ ନିଧି ସୋସିଆଲ ମିଡିଆରେ ଏକ ଦୁଃଖଭରା ପୋଷ୍ଟ କରିଥିଲେ । ଯାହାକୁ ନେଇ ନିଧିଙ୍କ ସୁଇସାଇଡ୍ ଖବର ଖୀପ୍ର ଗତିରେ ପ୍ରଚାର ହେବାରେ ଲାଗିଲା । ରାତିରେ ପରିବାରଲୋକ ତାଙ୍କୁ ହସ୍ପିଟାଲରେ ଭର୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ନିଧିଙ୍କର ଫେସବୁକରେ ୯ଲକ୍ଷ ଏବଂ ଇନଷ୍ଟାଗ୍ରାମ୍ରେ ୭ଲକ୍ଷ ଫଲୋୟର ଥିଲେ । ନିଧିଙ୍କ ମୃତୁ୍ୟ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିଲା । ପରିବାରଲୋକଙ୍କ ସେ ଅଜଣା ଯୁବକଙ୍କ ବିଷୟରେ ଅଭିଯୋଗ ନେଇ ତଦନ୍ତ ଜାରି ରହିଛି । ନିଧି ରିତମତ ସେ ଯୁୁବକଙ୍କ ସହ କଥା ହେଉଥିଲେ ବୋଲି ପରିବାର ଲୋକଙ୍କ ଅଭିଯୋଗ ପରେ ପୋଲିସ ତାର ସ୍ପଷ୍ଟତା ପାଇଛି । ଆତ୍ମହତ୍ୟା ପୂର୍ବରୁ ନିଧି ସୋସିଆଲ ମିଡିଆରେ ନିଜ ମନର ବେଦନା ଜମାଇବାକୁ ଏକ ଦୁଃଖଭରା ଭାବନାତ୍ମକ ପୋଷ୍ଟ କରିଥିଲେ । ସେ କହିଥିଲେ, ‘ଏହି ଅପୂଣ୍ଣ ର୍ ହୃଦୟକୁ କେହି ପୁରଣ କରିନାହାନ୍ତି, ତେଣୁ ମୁଁ ନିଜେ ଏହାକୁ ପୂରଣ କରିଛିା ସେଥିପାଇଁ କୁହନ୍ତି, ନିଜକୁ ଭଲପାଅ, ଅନ୍ୟ କାହାକୁ ନୁହେଁ, ନିଜ ଭିତରେ ନିଜକୁ ଖୋଜ, ଆଉ କେତେଦିନ ଅନ୍ୟ କାହା ଭିତରେ ନିଜକୁ ଖୋଜିବ?’
ଏଥିରୁ ନିଧି ପ୍ରେମରେ ହାରିଯାଇ ଜୀବନ ହାରିଥିବା ଅନୁମାନ କରିହେଉଛି । ପୋଲିସ ସବୁଦିଗରୁ ତଦନ୍ତ ଜାରି ରଖିଛି ।
BREAKING NEWS
- Influencer Nidhi Tiwari Suicide: କ’ଣ ଥିଲା ଶେଷ କଥା ?
- Delhi Air Pollution: ନଭେମ୍ବରରୁ ଅଫିସରେ କମିବେ ଲୋକ, ବଢିବ ପାର୍କିଂ ଫି
- ଅପମିଶ୍ରିତ ପନିର କାରବାର;୧୧ ଜଣଙ୍କ ନାଁ ରେ ଏତଲା ଦେଲା KMC
- ଟାଟା ଷ୍ଟିଲ ଫ୍ରେଣ୍ଡସିପ୍ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ: ମିଡିଆ 11 ଟିମ୍ ଚମ୍ପିୟାନ
- ତମାଖୁଜାତ ଦ୍ରବ୍ୟରୁ ରାଜକୋଷକୁ ୭,୩୪୬ କୋଟି ଟଙ୍କା ଆଦାୟ
- ନେପାଳରେ ପୁଣି ଧସିଲା ପାହାଡ, ଭୁଶୁଡିଲା ଘର, ୧୦ ମୃତ
- Mahanadi Water Dispute:ଗୃହମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମହାନଦୀ ବୈଠକ;ଓଡ଼ିଶା ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବୈଠକରେ ଦେବେ ଯୋଗ
- ବଡ଼ମ୍ବାର ପ୍ରସିଦ୍ଧ ଭଟ୍ଟାରିକା ମନ୍ଦିରର ଗର୍ଭଗୃହରେ ପଶିଲା ବନ୍ୟାଜଳ: ରୋଷେଇ ଘରକୁ ସ୍ଥାନାନ୍ତର ହେଲା ଦେବୀଙ୍କ ମୂର୍ତ୍ତି
- ଦିଲ୍ଲୀରେ ବଢୁଛି ଦୁଷ୍କର୍ମ ମାମଲା, ସୁପ୍ରିମକୋର୍ଟଙ୍କ ଉଦ୍ବେଗ
- ଭୁବନେଶ୍ୱରରୁ ନିଖୋଜ ୩ ନାବାଳକଙ୍କ ପତ୍ତା ମିଳିଲା
