Latest Odisha News

ଦିଲ୍ଲୀ ହିଂସା: ମୃତ୍ୟୁ ସଂଖ୍ୟା ୨୦କୁ ବୃଦ୍ଧି

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ(ସିଏଏ) ନାଁରେ ଦିଲ୍ଲୀ ରାସ୍ତାରେ ତେଜିଥିବା ଆନ୍ଦୋଳନ ଥମିବାର ନାଁ ନେଉନି । ଗତ ତିନି ଦିନ ହେବ ଦିଲ୍ଲୀର କିଛି ଅଂଚଳରେ ହିଂସା ସୀମା ପାର ହୋଇଛି । ଯେଉଁଥିରେ ଏପର୍ଯ୍ୟନ୍ତ ୨୦ଜଣଙ୍କ ମୃତ୍ୟୁ ହୋଇସାରିଲାଣି । ବୁଧବାର ଦିନ ଦିଲ୍ଲୀର ଗୋକୁଲପୁରୀ ଅଂଚଳରେ ପ୍ରଦର୍ଶନ ଭୟାବହ ରୂପ ନେଇଛି । କିଛି ଦୁର୍ବୃତ୍ତ ଗୋଟିଏ ଦୋକାନରେ ନିଆଁ ଲଗାଇ ଦେଇଛନ୍ତି । ଏହା ମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀର ହିଂସା ପ୍ରଭାବିତ ଅଂଚଳରେ ସେନା ମୁତୟନ କରିବାକୁ ଅପିଲ କରିଛନ୍ତି ।

ଉତ୍ତର ପୂର୍ବ ଦିଲ୍ଲୀରେ ୧୫୦ରୁ ବି ଅଧିକ ଆହତ ଏବେ ମଧ୍ୟ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି । ସିଏଏ ହିଂସାକୁ ନେଇ ଦିଲ୍ଲୀ ହାଇକୋର୍ଟ ରାତିଅଧିଆ ଶୁଣାଣି କରିଛନ୍ତି । ହିଂସାରେ ଆହତଙ୍କୁ ତୁରନ୍ତ ଉତ୍ତମ ଚିକିତ୍ସା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.