Latest Odisha News

ଭିମସାରରେ ଭର୍ତ୍ତି ହେଲେ କରୋନା ସଂକ୍ରମିତ ଯୁବକ

ସମ୍ବଲପୁର: କରୋନା ଭାଇରସ (କୋଭିଡ-୧୯)ରେ ସଂକ୍ରମିତ ଜଣେ ୨୩ ବର୍ଷର ଯୁବକଙ୍କୁ ମଙ୍ଗଳବାର ଦିନ ସନ୍ଧ୍ୟାରେ ବୁର୍ଲାର ଭିମସାର ମେଡିକାଲରେ ଭର୍ତ୍ତି କରାଯାଇଛି । ସୁନ୍ଦରଗଡ ଜିଲ୍ଲାର ହେମଗିରି ଅଂଚଳର ନିବାସୀ ଫେବୃଆରୀ ୨୨ ତାରିଖରେ ଦକ୍ଷିଣ କୋରିଆରୁ ଫେରିଥିଲେ ।

ତାଙ୍କୁ ଜ୍ୱର ଓ ଗଳା ଖରାପ ଥିବାରୁ ହେମଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ । କିନ୍ତୁ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିବା ସନ୍ଦେହ କରି ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ସୁନ୍ଦରଗଡ ପ୍ରଶାସନକୁ ସୂଚିତ କରିଥିଲେ ଓ ବୁର୍ଲା ସ୍ଥିତ ଭିମସାର ମେଡିକାଲକୁ ସ୍ଥାନାନ୍ତରିତ କରିଦେଲେ ।

ସନ୍ଦିଗ୍ଧ ଯୁବକଙ୍କୁ ଆସନ୍ତା ୭ଦିନ ପର୍ଯ୍ୟନ୍ତ ଆଇସୋଲେସନ ୱାର୍ଡରେ ରଖାଯିବ ଓ ତାଙ୍କ ରକ୍ତ ନମୂନା ରାଜ୍ୟ ବାହାରକୁ ପରୀକ୍ଷା ପାଇଁ ପଠାଯିବ ବୋଲି ଭିମସାର ଯକ୍ଷ୍ମା ଓ ଛାତିରୋଗ ବିଭାଗର ଡାକ୍ତର କହିଛନ୍ତି ।

ଏହା ପୂର୍ବରୁ ୪ଜଣ କରୋନା ଭାଇରସ ସନ୍ଦିଗ୍ଧ କଟକର ଏସସିବି ମେଡିକାଲରେ ଭର୍ତ୍ତି ହୋଇଥିଲେ । ତାଙ୍କ ରକ୍ତ ନମୂନା ରିପୋର୍ଟ ନେଗେଟିଭ ଆସିବା ପରେ ସେମାନେ ମେଡିକାଲରୁ ଘରକୁ ଫେରିଛନ୍ତି ।

Leave A Reply

Your email address will not be published.