Latest Odisha News

BREAKING NEWS

ଇଡି ପକ୍ଷରୁ ୮ଥର ସମନକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ମାମଲାରେ ଇଡିର ଅଭିଯୋଗ ପରେ ରାଉଜ ଏଭିନ୍ୟୁ କୋର୍ଟ ପକ୍ଷରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଦିଆଯାଇଥିବା ସମନକୁ ସେଶନ କୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି । ଏହି ମାମଲରେ ଆଜି ଶୁଣାଣି ହୋଇଥିଲା ।ଶୁଣାଣି ସମୟରେ ଅରବିନ୍ଦ କେଜ୍ରିୱାଲଙ୍କ ଓକିଲ ରମେଶ ଗୁପ୍ତା କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଜଣେ ସରକାରୀ କର୍ମଚାରୀ ଏବଂ ତଦନ୍ତକାରୀ ସଂସ୍ଥା କେଜ୍ରିୱାଲଙ୍କୁ ବ୍ୟକ୍ତିଗତ ଭାବେ ତାଙ୍କ ନିକଟରେ ହାଜର ହେବା ପାଇଁ ଡକାଇଥିଲେ, କିନ୍ତୁ ଯେତେବେଳେ ଏହି ନୀତି କାର୍ଯ୍ୟକାରୀ ହେଲା ସେତେବେଳେ ସେ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରୁଥିଲେ। ପ୍ରାରମ୍ଭିକ ତିନୋଟି ଡାକରା ମୁଖ୍ୟମନ୍ତ୍ରୀଙ୍କ ନାମରେ ପଠାଯାଇଥିଲା, କିନ୍ତୁ ପରେ ଏହାକୁ ପରିବର୍ତ୍ତନ କରାଯାଇଥିଲା |

କେଜ୍ରିୱାଲଙ୍କ ଓକିଲ ଆଗକୁ ମଧ୍ୟ କହିଛନ୍ତି  ଅରିବନ୍ଦି କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ହେବା କାରଣରୁ ସେ ଆସିପାରିବେନି ବୋଲି କହିଥିଲେ । ଆହୁରି ମଧ୍ୟ କହିଛନ୍ତି ମୁଖ୍ୟମନ୍ତ୍ରୀ ପ୍ରତି ସମନରେ ତାଙ୍କ ଅନୁପସ୍ଥିତିର କାରଣ ମଧ୍ୟ ଦର୍ଶାଇଛନ୍ତି । ଏଥିପାଇଁ ଏଥିରେ ରୋକ ଲଗାଇବାକୁ ଅନୁରୋଧ କରିଥିଲେ । କେଜିୱାଲଙ୍କ ଓକିଲ କହିଛନ୍ତି ଏଜେନ୍ସି ଚେତାବନୀ ଦେଇଛନ୍ତି ଯଦି ମୁଖ୍ୟମନ୍ତ୍ରୀ ନଆସନ୍ତି ତେବେ ତାଙ୍କ ବିରୋଧରେ ମାମଲା ରୁଜୁ କରିବେ । କେଜ୍ରିୱାଲଙ୍କ ଓକିଲ ପୂର୍ବରୁ କହିଛନ୍ତି ଯେ ନିର୍ବାଚନ ପୂର୍ବରୁ ଇଡି ତାଙ୍କୁ ଗିରଫ କରିବାକୁ ଚାହୁଁଛି।

ଏହା ସହ କେଜିୱାଲଙ୍କ ଓକିଲ କହିଛନ୍ତି କୋର୍ଟ ଧାରା ୨୦୨ ଅନୁଯାୟୀ ତଦନ୍ତ କରିବା କଥା ହେଲେ ଏପରି କରାଯାଇନି । ସମନ ଜାରି କରିବା ସମୟରେ ଇଡି ବୟାନକୁ ସତ ମାନିବା ସହ ଆଉ କିଛି ଚିନ୍ତା କରିନାହାଁନ୍ତି । ଅରବିନ୍ଦ କେଜ୍ରିଓ୍ବାଲ ପ୍ରତି ସମନର ଜବାବ ଦେଇଛନ୍ତି । ଯଦି କେଜ୍ରିୱାଲ କହିଛନ୍ତି ଯେ ସେ ନିର୍ବାଚନ କିମ୍ବା ବଜେଟ୍ ଅଧିବେଶନରେ ବ୍ୟସ୍ତ ଅଛନ୍ତି। ଆପଣ କେବଳ ଗ୍ରହଣ କରିଛନ୍ତି ଯେ ମୁଁ ଯାହା କହିଛି ତାହା ମିଥ୍ୟା ଏବଂ ଇଡି ଯାହା କହିଛି ତାହା ସତ ଅଟେ |

 

Leave A Reply

Your email address will not be published.