Latest Odisha News

BREAKING NEWS

ପଦ୍ମ ଧରିଲେ ପୂର୍ବତନ ଗୁଣୁପୁର ବିଧାୟକ ତ୍ରୀନାଥ ଗମାଙ୍ଗୋ

ଭୁବନେଶ୍ବର: ପଦ୍ମ ଧରିଲେ ତ୍ରୀନାଥ ଗମାଙ୍ଗୋ । ଆଜି ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗଦେଲେ ପୂର୍ବତନ ଗୁଣୁପୁରୁ ବିଧାୟକ ତ୍ରୀନାଥ ଗମାଙ୍ଗୋ । ସେ ଆଜି ଦଳୀୟ ପାର୍ଟି ଅଫିସରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ବରିଷ୍ଠ ନେତା ପ୍ରଦୀପ ପାଣିଗ୍ରାହୀଙ୍କ ଉପସ୍ଥିତିରେ ଯୋଗଦେଇଛନ୍ତି ।

ସେ ଓଡ଼ିଶା ବିଧାନସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୨୦୧୪ ମସିହାରେ ହୋଇଥିବା ଓଡ଼ିଶା ବିଧାନସଭା ନିର୍ବାଚନରେ ସେ ଗୁଣୁପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହାପରେ ତାଙ୍କୁ ୨୦୧୯ ରେ ଟିକେଟ୍ ନମିଳିବାରୁ ସେ ସ୍ୱାଧୀନ ଭାବରେ ନିର୍ବାଚନ ଲଢିଥିଲେ ।

୨୦୧୯ ନିର୍ବାଚନ ଅନୁସାରେ, ତ୍ରୀନାଥ ୨୬,୩୨୧ ଭୋଟ ଅଥବା ୧୮.୪୩% ଭୋଟ ହାତେଇଥିଲେ । ଯେତେବେଳେକି ବିଜେଡି ପ୍ରାର୍ଥୀ ରଘୁନାଥ ଗମାଙ୍ଗୋ ୪୮,୮୩୯ ଭୋଟ୍ ହାତେଇଥିଲେ । ସେହିପରି କଂଗ୍ରେସ ପ୍ରାର୍ଥୀ ପୁରୁଷୁତ୍ତୋମ ଗମାଙ୍ଗୋ ୪୨,୫୬୯ ଟି ଭୋଟ୍ ର ଅଧିକାରୀ ହୋଇଥିବାବେଳେ, ବିଜେପି ପ୍ରାର୍ଥୀ ଶିଶିର ଗମାଙ୍ଗୋଙ୍କ ଖାତାରେ ୧୬, ୪୯୧ ଭୋଟ୍ ପଡିଥିଲା ।

Leave A Reply

Your email address will not be published.