Latest Odisha News

BREAKING NEWS

ବିନା ଅର୍ଡରରେ ୯ ବର୍ଷ ଧରି ଘରକୁ ଆସୁଛି ପିଜା

ବ୍ରୁସେଲ୍ସ:ବେଲଜିୟମର ଆଂଟେର୍ପରେ ଜଣେ ବ୍ୟକ୍ତିଙ୍କ ଘରୁ ବିନା ଅର୍ଡରରେ ୯ ବର୍ଷ ଧରି ପିଜା ଡେଲିଭର ହେଉଛି । ପୋଲିସରେ ଅଭିଯୋଗ କଲେ ମଧ୍ୟ ଏହା ବନ୍ଦ ହେଉ ନାହିଁ । ଏହାର କାରଣ କଣ ଏ ପର୍ଯ୍ୟନ୍ତ ଜଣାପଡି ନାହିଁ । ୬୫ ବର୍ଷୀୟ ଜିନ ବେନ ଲେଣ୍ଡଗମ ତାଙ୍କ ଜୀବନକାଳରେ କେବେ ହେଲେ ପିଜା ଅର୍ଡର କରି ନାହାନ୍ତି । କିନ୍ତୁ ପ୍ରତିଦିନ ତାଙ୍କ ଘରେ ପିଜା ପହଂଚୁଛି ଏବଂ ତାହା ପୁଣି ଅନିର୍ଦ୍ଦିଷ୍ଟ ସମୟରେ ।

ଅବଶ୍ୟ ଏଥିପାଇଁ ତାଙ୍କୁ କୌଣସି ଅର୍ଥ ଦେବାକୁ ପଡୁ ନାହିଁ । ତାଙ୍କର ଜଣେ ସାଙ୍ଗ ମଧ୍ୟ ସମାନ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଘଟଣା ନେଇ ମୁଁ ଚିନ୍ତିତ ଏବଂ ଆଶ୍ଚର୍ଯ୍ୟ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.