Latest Odisha News

BREAKING NEWS

ବିମାନରେ ମହିଳାଙ୍କ ଉପରେ ପରିସ୍ରା କରିବା ଘଟଣା: ଅଭିଯୁକ୍ତକୁ ଧରିବା ପାଇଁ ଟିମ୍ ଗଠନ କଲା ପୁଲିସ୍

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ବିମାନରେ ବୟସ୍କା ମହିଳାଙ୍କ ଉପରେ ପରିସ୍ରା କରିବା ଘଟଣାରେ ଅଭିଯୁକ୍ତର ପରିଚୟ ମିଳିଛି। ଅଭିଯୁକ୍ତ ଜଣକ ହେଲେ ଶେଖର ମିଶ୍ର(୪୦-୪୫)। ସେ ମୁମ୍ବାଇର ମୀରା ରୋଡ ବାସିନ୍ଦା ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି। ଅଭିଯୁକ୍ତ ଶେଖରକୁ ଧରିବାକୁ ପୁଲିସ ଟିମ୍ ଗଠନ ଗଠନ କରି ବିଭିନ୍ନଜାଗାକୁ ପଠାଇଛି।

ଗତବର୍ଷ ନଭେମ୍ବର ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନର ବିଜନେଶ କ୍ଲାସ୍‌ରେ ବସିଥିବା ଜଣେ ମହିଳା ଏଭଳି ଅସୌଜନ୍ୟ ବ୍ୟବହାରର ଶିକାର ହୋଇଥିଲେ। ନିଶାଶକ୍ତ ଅବସ୍ଥାରେ ଜଣେ ବ୍ୟକ୍ତି ତାଙ୍କ ଉପରେ ପରିସ୍ରା କରିଥିଲେ। ମହିଳା ଟାଟା ଗ୍ରୁପର ସିଇଓ ଏନ. ଚନ୍ଦ୍ରଶେଖରନ ଅଭିଯୋଗ କରିବା ପରେ ମାମଲା ସମ୍ନାକୁ ଆସିଥିଲା। ଏୟାର ଇଣ୍ଡିଆ ଷ୍ଟାଫ୍‌ଙ୍କ ପକ୍ଷରୁ କୌଣସି ସହଯୋଗ କରାଯାଇ ନଥିଲା ବୋଲି ମହିଳା ଅଭିଯୋଗ କରିଥିଲେ।

ଏହାପରେ କମ୍ପାନୀ ଗତକାଲି ଅଭିଯୁକ୍ତ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି। ମାସେ ପର୍ଯ୍ୟନ୍ତ ଏୟାର ଇଣ୍ଡିଆ ବିମାନରେ ଯାତ୍ରା କରିବା ବ୍ୟାନ୍ ଲଗାଇବା ସହିତ ଥାନାରେ ମାମଲା ବି କରିଛି। ଥାନାରେ ମାମଲା ହେବା ପରେ ବୁଧବାର ଦିଲ୍ଲୀ ପୁଲିସ ଏଫ୍‌ଆଇଆର୍ ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏକ ଟିମ୍ ଗଠନ କରି ଅଭିଯୁକ୍ତକୁ ଖୋଜିବା ଆରମ୍ଭ କରିଛି ବୋଲି ଦିଲ୍ଲୀ ପୁଲିସ ସୂଚନା ଦେଇଛି। ଅଭିଯୁକ୍ତ ବିରୋଧରେ ଆପିସି ଧାରା ୩୫୪, ୫୦୯,୫୧୦ ଏବଂ ଇଣ୍ଡିଆନ ଏୟାରକ୍ରାଫ୍ଟ ଆକ୍ଟଧାରା ୨୩ରେ ମାମଲା ରୁଜୁ କରିଛି। ଉଭୟ ଅଭିଯୁକ୍କ ଓ ପୀଡ଼ିତା ଦିଲ୍ଲୀର ନୁହଁନ୍ତି । ତେବେ ଖୁବ୍‌ଶୀଘ୍ର ଅପରାଧିକଙ୍କୁ ଧରାଯିବ ବୋଲି ପୁଲିସ କହିଛି।

Comments are closed.