Latest Odisha News

BREAKING NEWS

ସ୍ଥଗିତ ରହିଲା ନିର୍ଭୟା ଦୋଷୀଙ୍କ ଫାଶୀ ତାରିଖ !

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଦିଲ୍ଲୀ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀଙ୍କ ଫାଶୀ ତାରିଖ ପୁଣି ଘୁଞ୍ଚିଛି। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ୪ ଦୋଷୀଙ୍କୁ ଫାଶୀ ଦିଆଯାଇପାରିବ ନାହିଁ ବୋଲି ରାୟ ଦେଇଛନ୍ତି ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ ।

ଦୋଷୀ ବିନୟ ଫାଶୀ ତାରିଖକୁ ଘୁଞ୍ଚାଇବା ପାଇଁ ପୁଣି ଅଦାଲତର ଆଶ୍ରୟ ନେଇଥିଲା । ପଟିଆଲା ହାଉସ୍‌କୋର୍ଟରେ ତା ପାଇଁ ରାଜକ୍ଷମା ଆବେଦନ ପାଇଁ ବିକଳ୍ପ ରହିଥିବାରୁ ଫାଶୀ ତାରିଖ ଘୁଞ୍ଚାଇବା ପାଇଁ ଆବେଦନ କରିଥିଲା । ଏହି ମାମଲାର ଶୁଣାଣୀ କରି ପଟିଆଲା ହାଉସ କୋର୍ଟ ଫାଶୀ ଉପରେ ରୋକ ଲଗାଇଛନ୍ତି ।

ଫାଶୀ ରୋକିବା ପାଇଁ ୪ ଜଣ ଦୋଷୀ ଗତକାଲି ପଟିଆଲା ହାଉସ୍‌ କୋର୍ଟରେ ଆବେଦନ ଦାଖଲ କରିଥିଲେ। ସେମାନଙ୍କ ପାଖରେ ନ୍ୟାୟିକ ବିକଳ୍ପ ସୁଯୋଗ ରହିଥିବାରୁ ଏହା ପୂର୍ବରୁ ଫାଶୀ ଦଣ୍ଡାଦେଶ ଉପରେ ରୋକ୍‌ ଲଗାଇବାକୁ ଦୋଷୀଙ୍କ ଓକିଲ ଏ ପି ସିଂହ ଆବେଦନ କରିଥିଲେ। ନିୟମ ଅନୁସାରେ ସମସ୍ତ ଦୋଷୀଙ୍କୁ ଗୋଟିଏ ଦିନରେ ଫାଶୀ ଦିଆଯିବ ବୋଲି ଜଣାପଡିଛି ।

Leave A Reply

Your email address will not be published.