Latest Odisha News

BREAKING NEWS

ଜୁନିୟର ରେସଲର ନିରାଶ: ଭିନେଶ, ବଜରଙ୍ଗଙ୍କ ସିଧାସଳଖ ଏସିଆନ୍ସ ଗେମ୍ସରେ ଖେଳିବେ

ନୂଆଦିଲ୍ଲୀ: ଏସିଆନ ଗେମ୍ସରେ ଭିନେଶ ଫୋଗଟ ଓ ବଜରଙ୍ଗ ପୁନିଆଙ୍କ ସିଧାସଳଖ ପ୍ରବେଶ ନେଇ କେତେକ ଜୁନିୟର ରେସଲର ଆଇନର ଆଶ୍ରୟ ନେଇଥିଲେ । ତେବେ ସେମାନଙ୍କୁ ଶକ୍ତ ଧକ୍କା ଲାଗିଛି । ଦିଲ୍ଲୀ ହାଇକୋର୍ଟ ସେମାନଙ୍କ ଆବେଦନକୁ ଖାରଜ କରି ଦେଇଛି । ଫଳରେ ଭିନେଶ ଓ ବଜରଙ୍ଗଙ୍କ ଏସିଆନ ଗେମ୍ସ ଖେଳିବାରେ ଆଉ କୌଣସି ଅସୁବିଧା ରହି ନାହିଁ । ଭାରତୀୟ ଅଲିମ୍ପିକ କମିଟି ଦ୍ୱାରା ଗଠିତ ଆଡ ହକ କିମିଟି ବିନା ଟ୍ରାଏଲରେ ଉପରୋକ୍ତ ଦୁଇ ସିନିୟର ଖେଳାଳି ଏସିଆନ ଗେମ୍ସ ଖେଳିପାରିବେ ବୋଲି ମଙ୍ଗଳବାର ଅନୁମତି ପ୍ରଦାନ କରିଥିଲେ । କମିଟିର ଏହି ନିଷ୍ପତିକୁ ବିରୋଧ କରି ୨୦ ବର୍ଷରୁ କମ ଚାମ୍ପିୟନ ଅନ୍ତିମ ପଙ୍ଘଲ ଓ ୨୩ ବର୍ଷରୁ କମ ଏସୀୟ ଚାମ୍ପିୟନ ସୁଜିତ କଲକଲ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

ଅନ୍ୟ ରେସଲରମାନେ ୨୨ ଓ ୨୩ ଜୁଲାଇ ଟ୍ରାଏଲରେ ଅଂଶଗ୍ରହଣ କରିବା ପରେ ସେମାନଙ୍କ ପ୍ରଦର୍ଶନ ବିଚାରକୁ ନିଆଯାଇ ଏସିଆନ ଗେମ୍ସ ପାଇଁ ଚୟନ କରାଯିବ ବୋଲି କମିଟି ସ୍ପଷ୍ଟ କରିଛି । ସାକ୍ଷୀ ମଲିକ ମଧ୍ୟ ବିନା ଟ୍ରାଏଲରେ ସିଧାସଳଖ ଏଟ୍ରି ଉଚିତ ପଦକ୍ଷେପ ନୁହେଁ ବୋଲି ମତ ଦେଇଥିଲେ । ଏପରିକି ସେ ନିଜେ ଟ୍ରାଏଲରେ ଅଂଶଗ୍ରହଣ କରିବେ ବୋଲି କହିଥିଲେ ।

Leave A Reply

Your email address will not be published.