Latest Odisha News

BREAKING NEWS

ବିମାନରେ ଅସଦାଚରଣର ଶିକାର ହେଲେ ଉର୍ଫି: ସୋସିଆଲ ମିଡ଼ିଆରେ କଲେ ସେୟାର

ମୁମ୍ବାଇ: ନିଜ ପୋଷାକ ପରିଧାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀ ତଥା ମଡ଼େଲ ଉର୍ଫି ଜାଭେଦ୍ ବିମାନରେ ଅସଦାଚରଣର ଶିକାର ହୋଇଛନ୍ତି । ଏନେଇ ଉର୍ଫି ନିଜେ ସୋସିଆଲ ମିଡ଼ିଆରେ ଜଣାଇଛନ୍ତି । ମୁମ୍ବାଇରୁ ଗୋଆ ବିମାନରେ ଫେରୁଥିବା ବେଳେ ମଦ୍ୟପାନ କରିଥିବା କିଛି ଯୁବକ ତାଙ୍କୁ ଅସଦାଚରଣ କରିଥିବା ସେ କହିଛନ୍ତି ।

BjdElectrycity

ଉର୍ଫି କହିଛନ୍ତି ଯେ, ସେ ମୁମ୍ବାଇରୁ ଗୋଆ ଯାଉଥିଲେ । ଇକୋନୋମି ଶ୍ରେଣୀରେ ଯାତ୍ରା କରୁଥିବା କିଛି ଯୁବକ ତାଙ୍କ ନାଁ ବାରମ୍ବାର ଧରି ଅଶ୍ଳୀଳ ଭାଷା ବ୍ୟବହାର କରି କମେଣ୍ଟ କରିଥିôଲେ । ତାଙ୍କୁ ବିରୋଧ କରିଥିଲେ ମଧ୍ୟ ସେମାନେ କିଛି ଶୁଣି ନ ଥିଲେ । ସେମାନଙ୍କର ଜଣେ ବନ୍ଧୁ ନିଶାରେ ଥିବା କହିଥିଲେ । ମଦ୍ୟପାନ କରି ମହିଳାଙ୍କ ସହ ଅସଦାଚରଣ କରିବା କୌଣସି ବାହାନା ହୋଇ ନ ଥାଏ । ସେ ଜଣେ ପବ୍ଲିକ ଫିଗର, ଏହାର ଅର୍ଥ ନୁହେଁ ଯେ ସେ ଜଣେ ସର୍ବସାଧାରଣ ସମ୍ପତ୍ତିି । ଉର୍ଫି ଇନଷ୍ଟା ଷ୍ଟୋରୀରେ ଏକ ଭିଡିଓ ସେୟାର କରିଛନ୍ତି । ଏଥିରେ କିଛି ଯୁବକଙ୍କୁ ଦେଖିବାକୁ ମିଳିଛି ।

Leave A Reply

Your email address will not be published.