Latest Odisha News

BREAKING NEWS

ନ୍ୟାଶନାଲ ହେରାଲ୍ଡ ମାମଲା: ସୋନିଆ, ରାହୁଲଙ୍କୁ ନୋଟିସ

ନୂଆଦିଲ୍ଲୀ: ନ୍ୟାଶନାଲ ହେରାଲ୍ଡ ମାମଲାରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ସମସ୍ୟା ବଢ଼ିବାରେ ଲାଗିଛି । ଏହି ମାମଲାରେ ସୋମବାର ଦିଲ୍ଲୀ ହାଇକୋର୍ଟଙ୍କ ପକ୍ଷରୁ ସେମାନଙ୍କୁ ନୋଟିସ ଜାରି କରାଯାଇଛି । ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀଙ୍କ ଆବେଦନ ଆଧାରରେ ଏହି ନୋଟିସ ପଠାଯାଇଛି ।

ତଳ କୋର୍ଟରେ ଉପସ୍ଥାପନା କରାଯାଇଥିବା ପ୍ରମାଣ ଆଧାରରେ ସୁବ୍ରମଣ୍ୟମ ମାମଲା ଜାରୀ ରଖିବାକୁ ଦିଲ୍ଲୀ ହାଇକୋର୍ଟଙ୍କୁ ଅନୁମତି ଲୋଡିଥିଲେ । ପୂର୍ବରୁ ଏଥିପାଇଁ କୋର୍ଟ ମନା କରି ଦେଇଥିଲେ । ଏହା ପରେ ସ୍ୱାମୀ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ । ଏହି ମାମଲାର ପରୀବର୍ତୀ ଶୁଣାଣି ଏପ୍ରିଲ ୧୨ରେ କରାଯିବ ।

Leave A Reply

Your email address will not be published.