ନୂଆଦିଲ୍ଲୀ : ୨୦୨୦ ଉତ୍ତର-ପୂର୍ବ ଦିଲ୍ଲୀ ଦଙ୍ଗା ସହ ଜଡିତ ଏକ ବଡ ଧରଣର ଷଡଯନ୍ତ୍ର ମାମଲାରେ ଜେଏନୟୁର ପୂର୍ବତନ ଛାତ୍ର ଉମର ଖାଲିଦ୍ ଓ ସର୍ଜିଲ ଇମାମଙ୍କ ଜାମିନ ଆବେଦନ ଖାରଜ କରିଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । ବେଆଇନ କାର୍ଯ୍ୟକଳାପ ଆଇନ ଅଧିନରେ ଏହି ମାମଲା ରୁଜୁ ହୋଇଥିଲା । ବିଚାରପତି ପ୍ରତିଭା ଏମ୍.ସି ଓ ଦିନେଶ ଭଟ୍ଟଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଶୁଣ।।ଣି କରି ସୁପ୍ରିମକୋର୍ଟ ଆଦେଶରେ କୌଣସି ପରିବର୍ତ୍ତନ କରିପାରିବେ ନାହିଁ ବୋଲି କହିଛନ୍ତି । ୫ ଜାନୁଆରୀ ୨୦୨୬ରେ ଜାମିନ୍ ପାଇଁ କିଛି ସର୍ତ୍ତ ରଖାଯାଇଥିଲା । ସୁରକ୍ଷିତ ଭାବେ ସାକ୍ଷୀଙ୍କ ଜେରା ସମାପ୍ତ ହେବା ଓ ଆଦେଶ ପାରିତ ହେବାର ଗୋଟେ ବର୍ଷ ପୂରଣ ହେବା । ଏହି ଦୁଇଟି ମଧ୍ୟରୁ ଯାହା ପ୍ରଥମେ ଘଟିବ ସେହି ସମୟରେ ଜାମିନ ପାଇଁ ଆବେଦନ କରାଯାଇପାରିବ । ଗୁଲଫିସା ଫତିମା ମାମଲାର ରାୟକୁ ଦେଖିଲେ ଜଣାପଡେ, ଉଭୟ ଉମର ଓ ସର୍ଜିଲ୍ ଅନ୍ୟ ଅଭିଯୁକ୍ତ ମାନଙ୍କଠାରୁ ବହୁ ପରିମାଣରେ ଦୋଷୀ କାହିଁକି ନା ଏମାନେ ଷଡଯନ୍ତ୍ରର ମୁଖ୍ୟ କାର୍ପଟଦାର । ନିଦ୍ଦିଷ୍ଟ ସର୍ତ୍ତ ସତ୍ୱେ ଜାମିନ ପାଇଁ ଆବେଦନ କରାଯାଇଥିଲା । ମାମଲାରେ ସର୍ବୋଚ୍ଚ ଅଦାଲତ ପୁନର୍ବିଚାର ପାଇଁ ପ୍ରଶ୍ନ ଉଠାଇଥିଲେ । ବିଚାର ବିଳମ୍ବ ହେବାରୁ ଅନ୍ୟ ଅଭିଯୁକ୍ତ ତସଲିମ୍ ଅହମ୍ମଦ ଖାଲିଦ ସୈଫଙ୍କୁ ଅନ୍ତରିଣ ଜାମିନ ପ୍ରଦାନ କରାଯାଇଥିଲା । ବିଚାର ପରେ ନୂତନ ଆବେଦନ କରିବା ବେଳକୁ ୬ମାସ ବିତିଯାଇଥିଲା । ତସଲିମ୍ ଅହମ୍ମଦ ଖାଲିଦ ସୈଫଙ୍କୁ କାହିଁକି ଜାମିନ ମିଳିଲା ଏମାନଙ୍କୁ କାହିଁକି ଜାମିନ ମିଳବନି ବୋଲି ପ୍ରଶ୍ନର ଉତ୍ତରରେ ବିଚାରପତି ସୁପ୍ରିମକୋର୍ଟଙ୍କ ବିଚାର ଆଧାରରେ ସମାନତା ଦାବି କରିପାରିବେ ନାହିଁ ବୋଲି କହିଛନ୍ତି । ଉଭୟଙ୍କ ପକ୍ଷରୁ ୨ଜଣ ଭିନ୍ନ ଆଇନଜୀବୀ ପକ୍ଷ ରଖିଥିବା ବେଳେ ଦିଲ୍ଲୀ ପୋଲିସ ପକ୍ଷରୁ ସିଏଜି ଏସ.ଭି ରାଜୁ ପକ୍ଷ ରଖିଥିଲେ । ୪ ଜୁଲାଇରେ ଟ୍ରାଏଲ କୋର୍ଟଙ୍କ ଆଦେଶ ଅନୁସାରେ ଜାମିନ ଆବେଦନ ହୋଇଥିଲା । ଯାହା ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି । ୨୦୨୦ ମସିହାର ଅଏଫଆଇଆର ନମ୍ବର ୫୯ର ତଦନ୍ତ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଦ୍ୱାରା କରାଯାଉଛି ।
BREAKING NEWS
- ଦିଲ୍ଲୀ ଦଙ୍ଗା ସମ୍ବନ୍ଧୀୟ UAPA ମାମଲା, ଉମର ଓ ସର୍ଜିଲଙ୍କୁ ମିଳିଲାନି ବେଲ୍
- ACF ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲା; ରୋଷେୟାକୁ ଗିରଫ କଲା ପୋଲିସ
- Fly Dubai Hijack Scare: ଜରୁରୀ ଅବତରଣ, ସେନାର ତଦନ୍ତ
- ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ; ସହକାରୀ ନିର୍ଦ୍ଦେଶକଙ୍କ ରହିଛି ୪ କୋଠା, ୩୦ ପ୍ଲଟ…
- କିଚକେଶ୍ୱରୀ ମନ୍ଦିରର ଉନ୍ନତିକରଣ; କେନ୍ଦ୍ର ପକ୍ଷରୁ ୪୪.୯୧ କୋଟି ମଞ୍ଜୁର…
- ACF Soumya Ranjan death case:ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା:ପତ୍ନୀ ବିଦ୍ୟାଭାରତୀଙ୍କ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ
- ହୁତୁହୁତୁ ହୋଇ ଜଳିଲା ବାଇକ୍ ଶୋ’ରୁମ୍
- SIR Declaration: ବିବାଦ ପରେ ନିର୍ବାଚନ କମିଶନଙ୍କ ବଡ ନିଷ୍ପତ୍ତି, ଫର୍ମ-୬ ସହ ଆଉ ଦେବାକୁ ପଡ଼ିବନି ଅତିରିକ୍ତ ଘୋଷଣା
- INDIA bloc Meet: ଦିଲ୍ଲୀରେ ବିରୋଧୀଙ୍କ ବଡ ବୈଠକ! SIR ବିବାଦ, CECଙ୍କ ଇସ୍ତଫା ନେଇ ତାତିଲା ରାଜନୀତି, ସରକାରଙ୍କୁ ଘେରିବାକୁ ବଡ ରଣନୀତି?
- ଗହୀରମଥାରୁ ୧୯ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ
