ନୂଆଦିଲ୍ଲୀ : ୨୦୨୦ ଉତ୍ତର-ପୂର୍ବ ଦିଲ୍ଲୀ ଦଙ୍ଗା ସହ ଜଡିତ ଏକ ବଡ ଧରଣର ଷଡଯନ୍ତ୍ର ମାମଲାରେ ଜେଏନୟୁର ପୂର୍ବତନ ଛାତ୍ର ଉମର ଖାଲିଦ୍ ଓ ସର୍ଜିଲ ଇମାମଙ୍କ ଜାମିନ ଆବେଦନ ଖାରଜ କରିଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । ବେଆଇନ କାର୍ଯ୍ୟକଳାପ ଆଇନ ଅଧିନରେ ଏହି ମାମଲା ରୁଜୁ ହୋଇଥିଲା । ବିଚାରପତି ପ୍ରତିଭା ଏମ୍.ସି ଓ ଦିନେଶ ଭଟ୍ଟଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଶୁଣ।।ଣି କରି ସୁପ୍ରିମକୋର୍ଟ ଆଦେଶରେ କୌଣସି ପରିବର୍ତ୍ତନ କରିପାରିବେ ନାହିଁ ବୋଲି କହିଛନ୍ତି । ୫ ଜାନୁଆରୀ ୨୦୨୬ରେ ଜାମିନ୍ ପାଇଁ କିଛି ସର୍ତ୍ତ ରଖାଯାଇଥିଲା । ସୁରକ୍ଷିତ ଭାବେ ସାକ୍ଷୀଙ୍କ ଜେରା ସମାପ୍ତ ହେବା ଓ ଆଦେଶ ପାରିତ ହେବାର ଗୋଟେ ବର୍ଷ ପୂରଣ ହେବା । ଏହି ଦୁଇଟି ମଧ୍ୟରୁ ଯାହା ପ୍ରଥମେ ଘଟିବ ସେହି ସମୟରେ ଜାମିନ ପାଇଁ ଆବେଦନ କରାଯାଇପାରିବ । ଗୁଲଫିସା ଫତିମା ମାମଲାର ରାୟକୁ ଦେଖିଲେ ଜଣାପଡେ, ଉଭୟ ଉମର ଓ ସର୍ଜିଲ୍ ଅନ୍ୟ ଅଭିଯୁକ୍ତ ମାନଙ୍କଠାରୁ ବହୁ ପରିମାଣରେ ଦୋଷୀ କାହିଁକି ନା ଏମାନେ ଷଡଯନ୍ତ୍ରର ମୁଖ୍ୟ କାର୍ପଟଦାର । ନିଦ୍ଦିଷ୍ଟ ସର୍ତ୍ତ ସତ୍ୱେ ଜାମିନ ପାଇଁ ଆବେଦନ କରାଯାଇଥିଲା । ମାମଲାରେ ସର୍ବୋଚ୍ଚ ଅଦାଲତ ପୁନର୍ବିଚାର ପାଇଁ ପ୍ରଶ୍ନ ଉଠାଇଥିଲେ । ବିଚାର ବିଳମ୍ବ ହେବାରୁ ଅନ୍ୟ ଅଭିଯୁକ୍ତ ତସଲିମ୍ ଅହମ୍ମଦ ଖାଲିଦ ସୈଫଙ୍କୁ ଅନ୍ତରିଣ ଜାମିନ ପ୍ରଦାନ କରାଯାଇଥିଲା । ବିଚାର ପରେ ନୂତନ ଆବେଦନ କରିବା ବେଳକୁ ୬ମାସ ବିତିଯାଇଥିଲା । ତସଲିମ୍ ଅହମ୍ମଦ ଖାଲିଦ ସୈଫଙ୍କୁ କାହିଁକି ଜାମିନ ମିଳିଲା ଏମାନଙ୍କୁ କାହିଁକି ଜାମିନ ମିଳବନି ବୋଲି ପ୍ରଶ୍ନର ଉତ୍ତରରେ ବିଚାରପତି ସୁପ୍ରିମକୋର୍ଟଙ୍କ ବିଚାର ଆଧାରରେ ସମାନତା ଦାବି କରିପାରିବେ ନାହିଁ ବୋଲି କହିଛନ୍ତି । ଉଭୟଙ୍କ ପକ୍ଷରୁ ୨ଜଣ ଭିନ୍ନ ଆଇନଜୀବୀ ପକ୍ଷ ରଖିଥିବା ବେଳେ ଦିଲ୍ଲୀ ପୋଲିସ ପକ୍ଷରୁ ସିଏଜି ଏସ.ଭି ରାଜୁ ପକ୍ଷ ରଖିଥିଲେ । ୪ ଜୁଲାଇରେ ଟ୍ରାଏଲ କୋର୍ଟଙ୍କ ଆଦେଶ ଅନୁସାରେ ଜାମିନ ଆବେଦନ ହୋଇଥିଲା । ଯାହା ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି । ୨୦୨୦ ମସିହାର ଅଏଫଆଇଆର ନମ୍ବର ୫୯ର ତଦନ୍ତ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଦ୍ୱାରା କରାଯାଉଛି ।
BREAKING NEWS
- ୧୭ରୁ ଅଧିକ ମାମଲାରେ ସଂପୃକ୍ତ ଦୁର୍ଦ୍ଦାନ୍ତ ଅପରାଧୀ ବଣ୍ଟି ପ୍ରସାଦକୁ ଏନ୍କାଉଣ୍ଟର
- Weather Update: ଦଶହରାରେ ଖରାପ ହେବନି ପାଣିପାଗ, ବର୍ଷାରେ ଭିଜିପାରେ କୁମାର ପୂର୍ଣ୍ଣିମା
- କୋଲକାତା ଟ୍ରେଜେଡି: ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ, ରିମାଣ୍ଡରେ ୭ ଅଭିଯୁକ୍ତ
- ଦୁର୍ଗାପୂଜା ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ କେନ୍ଦ୍ରାଞ୍ଚଳ ଆଇଜି; ୧,୨୪୩ଟି ପୂଜା ମଣ୍ଡପରେ…
- ଲସ୍ ଆଞ୍ଜେଲସରେ ହେବ ‘ରାମାୟଣ’ର ୱାର୍ଲ୍ଡ ପ୍ରିମିୟର
- ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେଙ୍କୁ ମୁମ୍ବାଇର ‘ଶିବତୀର୍ଥ’ ବାସଭବନରେ ଭେଟିଲେ ଅଭିନେତା ଆମିର ଖାଁ
- ରଣଜୀ ଟ୍ରଫି: ଓଡ଼ିଶାର ଭଲ ଆରମ୍ଭ ପରେ ମଜବୁତ ସ୍ଥିତିକୁ ଫେରିଲା କେରଳ, ସଚିନ୍ ବେବିଙ୍କ ଶତକ
- ବଲିଉଡ ଅଭିନେତା ଟାଇଗର ଶ୍ରଫଙ୍କ କାରକୁ ଗୁଳିମାଡ଼
- ଦକ୍ଷିଣ ଆଫ୍ରିକା-ଅଷ୍ଟ୍ରେଲିଆ ୨ୟ ଟେଷ୍ଟ୍ରେ ୧୦୦ ବର୍ଷର ଐତିହାସିକ ରେକର୍ଡ
- ଶୀତଳା ମାତା ମନ୍ଦିର ଦୁର୍ଘଟଣା; ଡ୍ରାଇଭରଙ୍କୁ ଜଣାନଥିଲା ରାସ୍ତା, ଗୁଗୁଲ୍ ମ୍ୟାପ୍ ପାଇଁ…

Comments are closed.