Latest Odisha News

BREAKING NEWS

ଓଠ ଫାଟୁଥିଲେ ଲଗାନ୍ତୁ ହଳଦୀ ଲିପ୍‌ ବାମ୍….ପ୍ରସ୍ତୁତ କେମିତି କରିବେ ଜାଣନ୍ତୁ…

ଓଠ ମୁହଁର ସୌନ୍ଦର୍ଯ୍ୟତା ବଢ଼ାଇଥାଏ । ସୁନ୍ଦର ଓଠ ସମସ୍ତଙ୍କୁ ଦରକାର । ତେଣୁ ଓଠର ସୌନ୍ଦର୍ଯ୍ୟତା ବୃଦ୍ଧି ପାଇଁ ଆମେ ବିଭିନ୍ନ ଉପାୟ ଆପଣେଇ ଥାଉ ।  କିପରି ଆମ ଓଠ ସୁନ୍ଦର ଦେଖାଯିବ । ସେଥିପାଇଁ ଆମେ ବହୁତ କିଛି କସ୍‌ମେଟିକ ଜିନିଷ ବଜାରରୁ ଆଣି ବ୍ୟବହାର କରିଥାଉ। କେତେ କ’ଣ ଲଗାଇଥାଉ। କିନ୍ତୁ ପ୍ରାକୃତିକ ଉପାୟରେ ମଧ୍ୟ ଓଠ ସୁନ୍ଦର ହୋଇପାରିବ। ହଳଦୀ ଓଠର ସୁନ୍ଦରତାକୁ ଦ୍ୱିଗୁଣିତ କରିପାରିବ । ପ୍ରତିଦିନ ରୋଷେଇରେ ବ୍ୟବହାର ହେଉଥିବା ହଳଦୀ ଶରୀରପାଇଁ ଯେତିକି ଉପକାରୀ ତ୍ୱଚା ପାଇଁ ମଧ୍ୟ ସେତିକି ଲଭାଦାୟୀ  ।

ଶୀତ ଦିନରେ ଓଠ ଫାଟିବା ସହ ଆମ ଓଠ କଳା ପଡିଯାଇଥାଏ । ସେଥିପାଇଁ ହଳଦୀର ଲିପ ବାମ୍ ଏବଂ ସ୍କର୍ବ ଓଠ ପାଇଁ ବେଶ୍‌ ଲାଭଦାୟକ । ତେବେ ହଳଦୀ ଲିପ ବାମ୍ ଓ ସ୍କର୍ବ କିପରି ତିଆରି କରିପାରିବେ ଆସନ୍ତୁ ଜାଣିବା…

ପ୍ରଥମେ ଆମେ ଜାଣିବା ଲିପ ବାମ୍ ତିଆରି କରିବାର ପ୍ରଣାଳୀ ୨ ଚାମଚ ଦେଶୀ ଘିଅରେ ଗୋଟିଏ ଚାମଚ ଗ୍ଲିସେରିନ୍‌, ୧ ଚାମଚ ମହୁ ସହ ତେଲ, ଏବଂ ଅଳ୍ପ କିଛି ହଳଦୀ ମିଶାଇ ୩ ଘଣ୍ଟା ଫ୍ରିଜରେ ରଖିଦିଅନ୍ତୁ । ଏହାପରେ ଏହି ପେଷ୍ଟକୁ ଆପଣ ଲିମ୍‌ ବାମ୍‌ ଭଳି ପ୍ରତିଦିନ ନିଜ ଓଠରେ ଲଗାଇପାରିବେ।  ଏହି ଲିପ୍‌ବାମ୍‌କୁ ପ୍ରତିଦିନ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ଓଠି ଫାଟିବା ସମସ୍ୟା ଦୂର ହୋଇଯିବ।

ଏବେ ଜାଣିବା ଲିପ ସ୍କ୍ରବ ପ୍ରଣାଳୀ  ତେବେ ୧ ଚାମଚ  ଲେମ୍ବୁ ରସ ସହ ଟିକିଏ ଚିନି,  ଗ୍ରୀନ-ଟି’ ପାଉଡର, ତେଲ, ହଳଦୀ ମିଶାଇ ଦିଅନ୍ତୁ । ଏହି ପେଷ୍ଟକୁ ଆପଣ ସ୍କ୍ରବ ଭାବେ ସପ୍ତାହରେ ୩ ଥର ବ୍ୟବହାର କରିପାରିବେ। ଏହି ସ୍କ୍ରବ ଆପଣଙ୍କ ଓଠକୁ ନରମ ରଖିବାରେ ସାହାଯ୍ୟ କରିବ । ଆଉ ଆପଣଙ୍କ ଓଠ ପୂର୍ବ ଭଳି ଫାଟିବନି ଆଉ ସୁନ୍ଦର ଦେଖାଯିବ  ।

 

Leave A Reply

Your email address will not be published.