Latest Odisha News

BREAKING NEWS

ବାପା ନା ପିଶାଚ ? କୁନି ପୁଅକୁ ୩ ମହଲା କୋଠାରୁ ତଳକୁ ଫିଙ୍ଗିଦେଲା

ନୂଆଦିଲ୍ଲୀ: ପତ୍ନୀଙ୍କ ସହ କଳି କଲେ, କୁନି ପୁଅ ଉପରେ ରାଗ ସୁଝାଇଲା ରାକ୍ଷସ ବାପ । ୨ ବର୍ଷର ପୁଅକୁ ବାଲକୋନରୁ ତଳକୁ ଫିଙ୍ଗି ଦେଲା । ତା ସହ ନିଜେ ବି ଡେଇ ପଡ଼ିଲା । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ରାଜଧାନୀରେ ନୂଆଦିଲ୍ଲୀରେ ।

ଘଟଣା ଘଟିଛି ଗତକାଲି ରାତିରେ  ନୂଆଦିଲ୍ଲୀର କାଲକାଜୀ ସ୍ଥିତ ଏକ ବସ୍ତିରେ  ।  ମନ ସିଂ ଏବଂ ତାଙ୍କ ପତ୍ନୀ ପୂଜାଙ୍କ ମଧ୍ୟରେ ପଡୁ ନ ଥିଲା । ଉଭୟେ    ଅଲଗା ରହୁଥିଲେ।  ପୂଜା ନିଜର ଦୁଇ ପିଲାଙ୍କ ସହ କଲକାଜୀରେ ଜେଜେମା’ଙ୍କ ଘରେ ରହୁଥିଲେ।

ପୋଲିସର କହିବା ଅନୁଯାୟୀ, ଗତକାଲି ରାତିରେ  ମନ ସିଂ ପତ୍ନୀ ପୂଜାଙ୍କୁ ଭେଟିବାକୁ ଆସିଥିଲେ। ସେ ମଦ୍ୟପାନ କରିଥିବା ଅଭିଯୋଗ ହୋଇଛି । କୌଣସି କଥାକୁ ନେଇ  ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଗଣ୍ଡଗୋଳ ଉଗ୍ର ରୂପ ନେବା ପରେ ଉତ୍ତ୍ୟକ୍ତ ହୋଇ ମନ ସିଂହ  ୨ ବର୍ଷର ପୁଅକୁ ୩ ମହଲା ବାଲକୋନୀରୁ ୨୧ ଫୁଟ ତଳକୁ ଫିଙ୍ଗି ଦେଇଥିଲଲେ ।  ଏହା ପରେ ସେ ନିଜେ ମଧ୍ୟ ଛାତ ତଳକୁ  ଡେଇଁପଡିଥିଲେ। ମନ ସିଂଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା ରୁଜୁ କରିଛି ପୁଲିସ  ।

Leave A Reply

Your email address will not be published.