Latest Odisha News

BREAKING NEWS

୨୦୨୩ରେ କରୋନା ବିସ୍ଫୋରକ ରୂପ ନେବ

ଚିକାଗୋ: ପୁଣି  ହେବ କରୋନା ବିସ୍ଫୋରଣ । ୧୦ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ଯିବ  । ଏମିତି ଆକଳନ କରିଛି ଆମେରିକାସ୍ଥିତ ଇନଷ୍ଟିଚ୍ୟୁଟ ଅଫ ହେଲ୍ଥ  ମେଟ୍ରକ୍ସ ଆଣ୍ଡ ଏଭଲ୍ୟୁଶନ ବା  ଆଇଏଚଏମଇ ।

ଆଇଏଚଏମଇ   ଆକଳନ ଅନୁଯାୟୀ,   ମହାମାରୀ କରୋନା ଚୀନରେ ଏପ୍ରିଲ ୧ ସୁଦ୍ଧା   ସର୍ବୋଚ୍ଚ ସ୍ତରରେ ପହଞ୍ଚିବ। ଏହି ସମୟ ଦେଶର ଦୈନିକ ମୃତ୍ୟୁସଂଖ୍ୟା ୩,୨୨,୦୦୦ରେ ପହଞ୍ଚି ଯିବ।   ସେତେବେଳକୁ ଚାଇନାର  ଏକ ତୃତୀୟାଂଶ ଲୋକ ଭାଇରସ ଦ୍ୱାରା ସଂକ୍ରମିତ ହୋଇସାରିଥିବେ।

ତେବେ ହଠାତ ଏଭଳି ସଂକ୍ରମଣକୁ ରୋକିବା ଚୀନ ସରକାରଙ୍କ ପାଇଁ ଚାଲେଞ୍ଜ ହେବ । ୨୦୨୩ରେ ଏହା ଭୟଙ୍କର ରୂପ ନେବ ଏବଂ ୧୦ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିବ ବୋଲି ଆଇଏଚଏମ ରିପୋର୍ଟରେ କୁହା ଯାଇଛି ।

ଚାଇନାରୁ ପ୍ରଥରେ ସୃଷ୍ଟି ହୋ୍‌ଇଥିବା କରୋନା ସାରା ବିଶ୍ୱରେ ଆତଙ୍କ ଖେଳାଇ ଦେଇଥିଲା । ଏବେ ପୁଣି ସେଠାରେ କରୋନା ବିସ୍ଫୋରଣ ହେବା ଜାଣିବା ପରେ ଖେଳି ଯାଇଛି ଆତଙ୍କ । ସଂକ୍ରମଣ ବ୍ୟାପୁଥିବାରୁ ଚାଇନାରେ କଟକଣା ଲଗା ଯାଇଥିଲା । କିନ୍ତୁ ଲୋକଙ୍କ ପ୍ରତିବାଦ ଯୋଗୁ ଏହାକୁ କୋହଳ କରି ଦିଆଯାଇଛି ।

Leave A Reply

Your email address will not be published.