Latest Odisha News

BREAKING NEWS

ରାଜଧାନୀରୁ ତଡ଼ିପାର ହେଲେ ୧୧ ଶହରୁ ଅଧିକ ଅଭ୍ୟାସଗତ ଅପରାଧୀ, ଅଜ୍ଞାତ ସ୍ଥାନକୁ ନେଇଗଲା ପୋଲିସ

ନୂଆଦିଲ୍ଲୀ:  ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀ ପୋଲିସର ବଡ଼ ଆକ୍ସନ। ଦେଶର ରାଜଧାନୀରେ ୧,୧୦୦ରୁ ଅଧିକ ଅଭ୍ୟାସଗତ ଅପରାଧୀଙ୍କୁ ତଡ଼ିପାର କରିଛି ପୋଲିସ। ଏମାନଙ୍କୁ ନିର୍ବାଚନ ସରିବା ଯାଏ ଏକ ଅଜ୍ଞାତ ସ୍ଥାନକୁ ନିଆ ଯାଇଥିବା ଜଣାପଡ଼ିଛି। ଏନେଇ ଦିଲ୍ଲୀ ପୋଲିସର ଜଣେ ବିରଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ନିର୍ବାଚନ ସମୟରେ ଯେପରି ଶାନ୍ତି ଶୃଙ୍ଖାଳରେ ନିର୍ବାଚନ ହୋଇପାରେ ଏହାକୁ ଆଖି ଆଗରେ ରଖି ଏପରି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।

ଦିଲ୍ଲୀର ଏହି ସବୁ ଅପରାଧୀଙ୍କ ବିରୋଧରେ ସଙ୍ଗୀନ ମମାଲା ସବୁ ରହିଥିଲା । ତେଣୁ ଏମାନେ ନିର୍ବାଚନ ସମୟରେ ଅପରାଧ ଘଟାଇବାର ଆଶଙ୍କା କରି  ପୋଲିସ ଏପରି କାର୍ଯ୍ୟାନୁଷ୍ଠନ ଗ୍ରହଣ କରିଛି।  ଦିଲ୍ଲୀ ପୋଲିସ ଏମାନଙ୍କ ବିରୋଧରେ ଅଧିନିୟମ ୪୭ ଓ ୪୮ ଅଧିନରେ ଆକ୍ସନ ନେଇଛି। ଅଧିନିୟମ ୪୭ ଓ ୪୮ ହେଉଛି ଅପରାଧ ଘଟାଉଥିବା ବ୍ୟଙ୍କିଙ୍କୁ ସେହି ସହରରୁ ହଟାଇବା।  ଏହି ପ୍ରକ୍ରିୟାରେ ପ୍ରଥମେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ନୋଟିସ୍ ଦିଆଯାଏ। ଏଥିରେ ଯଦି ଅପରାଧୀମାନେ ସ୍ପଷ୍ଟିକରଣ ସନ୍ତୋଷଜନକ ନ ହୁଏ ତେବେ ତାଙ୍କ ବିରୋଧରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ।

ସୂଚନାଥାଉକି, ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଛି । ଫେବୃଆରୀ ୫ରେ ଏକା ଥରକେ ସରିବ ସମସ୍ତ ୭୦ ବିଧାନସଭା ଆସନରେ ଭୋଟିଂ । ସେହିପରି ୮ ତାରିଖରେ ଗଣତି ସହ ସ୍ପଷ୍ଟ ହୋଇଯିବ, ଆଗାମୀ ୫ ବର୍ଷ ପାଇଁ ଦିଲ୍ଲୀ କାହାର ହେବ । ୧୭ ତାରିଖ ନାମାଙ୍କନ ଦାଖଲର ଶେଷ ତାରିଖ ସରିଥିବା ବେଳେ ୧୮ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ ମଧ୍ୟ ସରିଛଇ । ୨୦ ତାରିଖ ରହିଛି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ।

Comments are closed.