Latest Odisha News

BREAKING NEWS

ନାଗା ସାଧୁ ହେବା ପାଇଁ କ’ଣ ରହିଛି କଠିନ ପରୀକ୍ଷା? ଆସନ୍ତୁ ଜାଣିବା…

ପ୍ରୟାଗରାଜ: ପ୍ରୟାଗରାଜରେ ଚାଲିଛି ମହାକୁମ୍ଭର ମହାପର୍ବ। ଏଠାରେ ଦେଖିବାକୁ ମିଳୁଛି ଭକ୍ତ ଶ୍ରାଦ୍ଧହଲୁ ଓ ଅନେକ ସାଧୁ ସନ୍ଥଙ୍କ ଭିଡ। ଅନେକ ସାଧୁ ସନ୍ଥଙ୍କ ଭିତରେ ବାରି ହୋଇ ପଡ଼ୁଛନ୍ତି ନାଗା ସାଧୁ। ସେମାନଙ୍କ ଜୀବନ ଶୈଳୀ ଅତ୍ୟନ୍ତ କଠିନ ହୋଇଥିବା ଶୁଣଇବାକୁ ମିଳେ। ହିନ୍ଦୁ ଧର୍ମରେ ନାଗା ସାଧୁ ହେବା ଅତ୍ୟନ୍ତ କଠିନ ପ୍ରକ୍ରିୟା। ଯେଉଁମାନେ ଜୀବନର ସବୁ ସୁଖକୁ ଭୁଲି ଈଶ୍ବର ଅନୁଗାମୀ ହେବାକୁ ଚାହାନ୍ତି ସେମାନେ ହିଁ ନାଗା ସାଧୁ ହୋଇପାରନ୍ତି। ନାଗା ସାଧୁ ହେବାକୁ ହେଲେ ବହୁ କଠିନ ପରୀକ୍ଷା ଦେବାକୁ ପଡିଥାଏ। ଆସନ୍ତୁ ଜାଣିବା ନାଗା ସାଧୁ ହେବାପାଇଁ ଜଣେ ବ୍ୟକ୍ତିଙ୍କୁ କି କି କଠିନ କାର୍ଯ୍ୟର ସାମନା କରିବାକୁ ପଡିଥାଏ।

ବ୍ରହ୍ମଚର୍ଯ୍ୟ ପାଳନ
ନାଗା ସାଧୁ ହେବା ପାଇଁ ଜଣେ ବ୍ୟକ୍ତିଙ୍କୁ ସର୍ବପ୍ରଥମେ ବ୍ରହ୍ମଚର୍ଯ୍ୟ ପାଳନ କରିବାକୁ ପଡିଥାଏ। ଏହିପରି ଅନେକ ବର୍ଷ ପର୍ଯ୍ୟନ୍ତ ବ୍ରହ୍ମଚର୍ଯ୍ୟ ପାଳନ କରିବାକୁ ପଡିଥାଏ। ବ୍ୟକ୍ତିକୁ ସମସ୍ତ ପ୍ରକାର ଭୌତିକ ସୁଖ ତ୍ୟାଗ ପାଇଁ ଏପରି ପରୀକ୍ଷା କରାଯାଇଥାଏ।

ଗୁରୁ ଚୟନ
ଜଣେ ଉପଯୁକ୍ତ ଗୁରୁ ଚୟନ କରିବା ନାଗା ସାଧୁ ହେବା ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ପ୍ରକ୍ରିୟା। ଗୁରୁ ହିଁ ସେହି ବ୍ୟକ୍ତିଙ୍କୁ ସଠିକ ମାର୍ଗ ଦେଖାଇବା ସହିତ ନଗ ସାଧୁ ହେବା ପାଇଁ ଦୀକ୍ଷା ଦେଇଥାନ୍ତି।

ପିଣ୍ଡଦାନ
ନାଗା ସାଧୁ ହେବାପାଇଁ ପିଣ୍ଡଦାନ ଏକ ପ୍ରକ୍ରିୟା ହୋଇଥାଏ। ଏହା କରିବା ଦ୍ବାରା ବ୍ୟକ୍ତି ତାର ପୂର୍ବଜନ୍ମର ସବୁ ବନ୍ଧନରୁ ମୁକ୍ତ ହୋଇ ଏକ ନୂଆ ଜୀବନ ଆରମ୍ଭ କରିଥାଏ ବୋଲି ବିଶ୍ଵାସ ରହିଛି।

ମୁଣ୍ଡନ
ପିଣ୍ଡଦାନ ପରେ ବ୍ୟକ୍ତିକୁ ମୁଣ୍ଡନ ବା ଲଣ୍ଡା କରାଯାଏ। ଏହା ସନ୍ୟାସ ନେବାର ପ୍ରତୀକ ହୋଇଥାଏ। ଏଥିପାଇଁ ମୁଣ୍ଡନ କରିବା ଜରୁରୀ ହୋଇଥାଏ।

କଠୋର ତପସ୍ୟା
ନାଗା ସାଧୁ ହେବାପାଇଁ ବିଭିନ୍ନ ପ୍ରକାରର କଠୋର ତପସ୍ୟା କରାଯାଇଥାଏ। ଯେପରିକି ଜଙ୍ଗଲରେ ରହିବା, ଭିକ୍ଷା ବୃତ୍ତି କରିବା ସହିତ ଅନ୍ୟାନ୍ୟ ବିଭିନ୍ନ ପ୍ରକାରର କଠିନ ମାର୍ଗ ରହିଛି।

ସମାଜରୁ ଅଲଗା ହେବା
ନାଗା ସାଧୁମାନେ ସମାଜରୁ ଅଲଗା ହୋଇ ଜୀବନ ନିର୍ବାହ କରିଥାନ୍ତି। ସେମାନଙ୍କୁ ପରିବାର, ବନ୍ଧୁବାନ୍ଧବ ଓ ସମାଜ ଠାରୁ ଦୂରେଇ ରହିବାକୁ ପଡିଥାଏ।

ନାଗା ସାଧୁଙ୍କୁ ଆତ୍ମଜ୍ଞାନ ପ୍ରାପ୍ତି ହୋଇଥାଏ। ମୋକ୍ଷ ପ୍ରାପ୍ତି କରିବା ନାଗା ସାଧୁମାନଙ୍କ ଲକ୍ଷ ରହିଥାଏ। ନାଗା ସାଧୁ ହେବା ବହୁତ କଠିନ ଓ ସମର୍ପଣର ମାର୍ଗ ହୋଇଥାଏ। ଯେଉଁମାନେ ଆଧ୍ୟାତ୍ମିକ ବିକାଶ ପାଇଁ ସମର୍ପିତ, ସେମାନେ ନାଗା ସାଧୁ ହୋଇପାରନ୍ତି ବୋଲି କୁହାଯାଏ।

Comments are closed.