ନୂଆଦିଲ୍ଲୀ: ଆଜି ଦିଲ୍ଲୀରେ ବିଶେଷ କରି ଲାଲକିଲ୍ଲାରେ ଯେଉଁ ଅପ୍ରୀତିକର ଓ ସାଂଘାତିକ ପରିସ୍ଥିତି ସୃଷ୍ଟି ହୋଇଥିଲା, ଧୀରେ ଧୀରେ ତାର ଭିଜୁଆଲ ସାମ୍ନାକୁ ଆସୁଛି ।
କିଛି ସମୟ ପାଇଁ ଲାଲକିଲ୍ଲାକୁ ଆନ୍ଦୋଳନକାରୀ ଚାଷୀମାନେ ନିଜ ଅକ୍ତିଆରକୁ ନେଇଯାଇଥିଲେ କହିଲେ, କିଛି ଭୁଲ ହେବ ନାହିଁ । ସେମାନଙ୍କର ସଂଖ୍ୟା ଓ ଆକ୍ରୋଶ ଆଗରେ ଦିଲ୍ଲୀ ପୋଲିସ ଏକ ପ୍ରକାର ଅସହାୟ ହୋଇ ପଡିଥିଲା । ଆନ୍ଦୋଳନକାରୀମାନେ ଟେକା ପଥର ଫିଙ୍ଗିଥିଲେ, ଗୋଡାଇ ଗୋଡାଇ ଲାଠିରେ ପିଟିଥିଲେ, ଏପରିକି ପାଚେରିରୁ ତଳକୁ ତଳକୁ ଠେଲି ଦେଇଥିଲେ । ଆନ୍ଦୋଳନକାରୀଙ୍କ ଆକ୍ରମଣରେ ବହୁ ଦିଲ୍ଲୀ ପୋଲିସ ଆହତ ହୋଇଥିବା ସୂଚନା ମିଳିଛି । ଚାଷୀଙ୍କ ଆଗରେ ଦିଲ୍ଲୀ ପୋଲିସ ଏତେ ଅସହାୟ ହୋଇ ପଡିଥିଲା ଯେ, ପଛଘୁଞ୍ଚା ଦେଇ ସେଠାରୁ ପଳାୟନ କରିବାରେ ସେମାନେ ବାଧ୍ୟ ହୋଇଥିଲେ । ଦେଖନ୍ତୁ ଏହି ଚିତ୍ର#WATCH | Delhi: Protestors attacked Police at Red Fort, earlier today. #FarmersProtest pic.twitter.com/LRut8z5KSC
— ANI (@ANI) January 26, 2021
BREAKING NEWS
- Manipur Violence: ମଣିପୁରରେ ପୁଣି ହିଂସା, NIAକୁ ମାମଲା ହସ୍ତାନ୍ତର କଲେ ରାଜ୍ୟପାଳ
- President Visit Odisha: ରାଷ୍ଟ୍ରପତିଙ୍କ ଗସ୍ତକୁ ତ୍ରୁଟି ଶୂନ୍ୟ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ
- Rath Yatra: ରଥଖଳାରେ ପହଞ୍ଚିଲା କାଠ, ମାଘ ପଞ୍ଚମୀରେ ଅନୁକୂଳ ହେବ ରଥକାଠ
- Maoists Killed: ମାଓ ସଂଗଠନକୁ ପୁଣି ବଡ଼ ଝଟକା: ଏନକାଉଣ୍ଟରରେ ଟଳିଲେ ୧୫ ମାଓବାଦୀ
- Ganjam Group Clash: ଗଞ୍ଜାମ ପଥରାରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ପରସ୍ପର ଉପରକୁ କଲେ ପଥର ମାଡ଼
- IND vs NZ: ଆଜି ପୁଣି ମୁହାଁମୁହିଁ ହେବେ ଭାରତ-ନ୍ୟୁଜିଲାଣ୍ଡ
- Nandankanan Open: ସାଧାରଣତନ୍ତ୍ର ଦିବସରେ ଖୋଲା ରହିବ ନନ୍ଦନକାନନ
- ଦୁନିଆ ତୁଳନାରେ ଆମ ଦେଶର ପିଲା ହୋଇଯାଉଛନ୍ତି ଗେଡ଼ା, ସାମ୍ନାକୁ ଆସିଲା କାରଣ; ରିପୋର୍ଟରେ ବଡ଼ ଖୁିଲାସା
- ପୁଅର ବାହାଘର ପୂର୍ବରୁ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଚାଲିଗଲା ବାପାର ଜୀବନ
- ବାହୁଦା ନଦୀରେ ବୁଡିଗଲେ ୨ ନାବାଳକ ଛାତ୍ର
Comments are closed.