Latest Odisha News

BREAKING NEWS

ମାସେ ପାଇଁ ଆନ୍ଦୋଳନ ସ୍ଥଗିତ ରଖିଲେ ସ୍ବାସ୍ଥ୍ୟକର୍ମୀ

ଭୁବନେଶ୍ୱର : ମାସେ ପାଇଁ ଆନ୍ଦୋଳନ ସ୍ଥଗିତ ରଖିଲେ ସ୍ବାସ୍ଥ୍ୟକର୍ମୀ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ ମହାସଂଘର ଆବାହିକା ମମତା ନାୟକ । ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି । ଦାବି ପୂରଣ ନେଇ ପ୍ରତିଶ୍ରୁତି ମିଳିଛି, ତେଣୁ ଆସନ୍ତା ଏକ ମାସ ପାଇଁ ଆନ୍ଦୋଳନକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ସ୍ବାସ୍ଥ୍ୟକର୍ମୀ ।

ଡିସେମ୍ବର ୨୮ ତାରିଖରୁ ସ୍ୱାସ୍ଥ୍ୟକର୍ମୀମାନେ କଳା ବ୍ୟାଚ୍‌ ପିନ୍ଧି ବିଭିନ୍ନ ଦାବି ଦେଇ ଆନ୍ଦୋଳନ କରି ଆସୁଥିଲେ । ଏମିତିକି ଟିକା ଆସିବା ପରେ ସେମାନେ କରୋନା ଟିକା ଗ୍ରହଣ କରିବେ ନାହିଁ ବୋଲି କହିଥିଲେ । କିନ୍ତୁ କରୋନା ଟିକା ବଣ୍ଟନରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।

ଆଜି ରାଜ୍ୟ ସରକାରଙ୍କ ସହ ସକାରାତ୍ମକ ଆଲୋଚନା ହୋଇଥିବା କହିଛନ୍ତି ରାଜ୍ୟ ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ ମହାସଂଘର ଆବାହିକା ମମତା ନାୟକ । ଆସନ୍ତା ୨୮ ତାରିଖରେ ୧୫ ହଜାର କର୍ମୀ କରୋନା ଟିକା ନେବେ । ଫ୍ରବ୍ରୁଆରୀରୁ ୧ରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଥାନ୍ତେ ବୋଲି ନିଷ୍ପତ୍ତି ନେଇଥିଲେ ସ୍ବାସ୍ଥ୍ୟକର୍ମୀ । ଏବେ ମାସେ ପାଇଁ ଆନ୍ଦୋଳନ ସ୍ଥଗିତ ରହିଥିବାରୁ ମାସେ ପରେ ପୁଣି ଆଲୋଚନା ହେବ ।

Leave A Reply

Your email address will not be published.