Latest Odisha News

BREAKING NEWS

୭୦୦ ଜମାତିଙ୍କ ପାସପୋର୍ଟ, କାଗଜପତ୍ର ଜବତ

ନୂଆଦିଲ୍ଲୀ: ଦିଳ୍ଳୀ ପୋଲିସର କ୍ରାଇମ ବ୍ରାଞ୍ଚ ପ୍ରାୟ ୭୦୦ଜଣ ଜମାତିଙ୍କ ପାସପୋର୍ଟ ଏବଂ ଅନ୍ୟ କାଗଜପତ୍ର ଜବତ କରିଛି । ଦିଲ୍ଳୀ ପୋଲିସର ସୂଚନା ଅନୁସାରେ, ଜମାତିଙ୍କ ଉପରେ ସନ୍ଦେହ ହେଉଛି ଯେ, ସେମାନେ ଭୁଲ ଭାବରେ ଭିସା ନେଇ ଭାରତ ଆସିଥିଲେ, ତାଙ୍କର ଟ୍ରାଭେଲ ହିଷ୍ଟ୍ରି ମଧ୍ୟ ଖୋଜା ଯାଉଛି । ସମସ୍ତ ଜମାତି ଭାରତ ଟୁରିଷ୍ଟ ଭିଜା ଜରିଆରେ ଆସିଥିଲେ ଓ ଜମାତରେ ସାମିଲ ହୋଇଥିଲେ ।

ଭିସା ସର୍ତ୍ତ ଉଲଂଘନ କରିବା ମାମଲାରେ ଭାରତ ସରକାର ସମସ୍ତଙ୍କ ଭିସା ରଦ୍ଦ କରିଦେଇଥିଲେ ଯାହାଫଳରେ କୌଣସି ଦେଶରୁ ବାହାରକୁ ଯେପରି ଯାଇ ନପାରନ୍ତି । ମାଲେସିଆର କିଛି ଲୋକ ମିଛ କହି ତାଙ୍କ ଦେଶର ସ୍ପେଶାଲ ଫ୍ଲାଇଟରେ ଯିବାକୁ ଚାହୁଁଥିଲେ । ସେତେବେଳେ ତାଙ୍କୁ ଏହି କାରଣରୁ ଦିଲ୍ଲୀ ଏୟାରପୋର୍ଟରେ ଧରାଯାଇଥିଲା ।

Leave A Reply

Your email address will not be published.