Latest Odisha News

BREAKING NEWS

ଫିଟନେସ,ଅର୍ଥ ପାଇଁ ଫୁଡ ଡେଲିଭରି ବୟ କାମ କଲେ ଅଲିମ୍ପିକ ପଦକ ବିଜେତା

ଟୋକିଓ: କରୋନା ଭାଇରସ ଯୋଗୁ ଟୋକିଓ ଅଲିମ୍ପିକ୍ସ ଏକ ବର୍ଷ ପାଇଁ ଘୁଚାଂଇ ଦିଆଯାଇଛି । ୨୦୧୨ ଲଣ୍ଡନ ଅଲିମ୍ପିକ୍ସ ରୌପ୍ୟ ପଦକ ବିଜେତା ଅସୀଚାଳକ ରେୟୋ ମିୟାକି ଫିଟନେସ ଓ ଅର୍ଥ ରୋଜଗାର ପାଇଁ ଫୁଡ ଡେଲିଭରି ବୟ କାର୍ଯ୍ୟ କରୁଛନ୍ତି । ଶୁଣିଲେ ବିଶ୍ୱାସ ଲାଗୁ ନ ଥିଲେ ମଧ୍ୟ ଏହା ସତ୍ୟ ।

ମିୟାକିଙ୍କ ମତରେ ଅଭ୍ୟାସ କରିବା ପାଇଁ ତାଙ୍କୁ କୌଣସି ସାଥୀ ମିଳୁ ନାହାନ୍ତି । ନିଜକୁ ଫିଟ ରଖିବା ପାଇଁ ଏହି କାର୍ଯ୍ୟ କରୁଛନ୍ତି । ଫୁଡ ଡେଲିଭରି ବେଳେ ମୁଁ ସାଇକେଲ ଚଳାଇ ଗ୍ରାହକଙ୍କ ପାଖରେ ପହଂଚୁଛି । ଏହା ଦ୍ୱାରା ମୋତେ ଶାରୀରିକ ଶ୍ରମ କରିବା ସୁଯୋଗ ମିଳୁଛି । ଖାଦ୍ୟ, ରୋଜଗାର ଓ ଫିଟନେସ ୩ଟି ଯାକ ମୋତେ ମିଳୁଥିବାରୁ ମୁଁ ଖୁସିରେ ଏହି କାର୍ଯ୍ୟ କରୁଛି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.