ନୂଆଦିଲ୍ଲୀ: ଉତ୍ତେଜନା ସୃଷ୍ଟିକାରୀ ଭାଷଣ ଯୋଗୁଁ ଦିଳ୍ଲୀ ହିଂସା ହୋଇଥିବା ନେଇ ହାଇକୋର୍ଟରେ ଏକ ମାମଲା ଦାଖଲ ହୋଇଥିଲା । ଏହାର ଶୁଣାଶି ଗୁରୁବାର ଦିଲ୍ଲୀ ହାଇକୋର୍ଟରେ ହୋଇଛି । ଏନେଇ କେନ୍ଦ୍ର ସରକାରଙ୍କୁ କୋର୍ଟ ରିପୋର୍ଟ ତଲବ କରିଛନ୍ତି । ଦିଲ୍ଲୀ ପୋଲିସ କୋର୍ଟର ନିଜ ଜବାବ ଦାଖଲ କରିବା ପାଇଁ ସମୟ ମାଗିଛି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଏପ୍ରିଲ ୧୩ରେ ହେବ ।
ବୁଧବାର ଦିଲ୍ଲୀ ହାଇକୋର୍ଟର ଏକ ଖଣ୍ଡପୀଠ ଦିଲ୍ଲୀରେ ନାଗରିକତା ସଂଶୋଧନ ଆଇନ ସପକ୍ଷବାଦୀ ଓ ବିରୋଧୀଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ହିଂସାକୁ ନେଇ ଗଭୀର ଉଦ୍ବେଗ ପ୍ରକାଶ କରିଥିଲେ। ଏଥିସହ ଦିଲ୍ଲୀର ଆଇନଶୃଙ୍ଖଳାକୁ ନିୟନ୍ତ୍ରଣ କରିବାରେ ଦିଲ୍ଲୀ ପୁଲିସ ଅସମର୍ଥ ହୋଇଥିବାରୁ ନିଜର ତୀବ୍ର ଅସନ୍ତୋଷ ଜାହିର କରିଥିଲେ।
ଉଲ୍ଲେଖଯୋଗ୍ୟ, ଚଳିତ ସପ୍ତାହ ଆରମ୍ଭରୁ ଦିଲ୍ଲୀରେ ନାଗରିକତା ସଂଶୋଧନ ଆଇନ ସପକ୍ଷବାଦୀ ଓ ବିରୋଧୀଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ହିଂସା ଦଙ୍ଗାର ରୂପ ନେଇଛି। ଆଉ ଏଥିରେ ବର୍ତ୍ତମାନ ସୁଦ୍ଧା ୩୫ଜଣ ପ୍ରାଣ ହରାଇଥିବା ବେଳେ ୨୦୦ରୁ ଅଧିକ ଆହତ ହୋଇସାରିଲେଣି।
BREAKING NEWS
- ବିଶ୍ୱ ବଜାରକୁ ବଡ଼ ଝଟକା: ସାଉଦି ଆରବର ଅଶୋଧିତ ତୈଳ ଉତ୍ପାଦନରେ ରେକର୍ଡ ହ୍ରାସ, ବଢ଼ିପାରେ ତେଲ ଦର
- ଦିଲ୍ଲୀ ବିଶ୍ୱବିଦ୍ୟାଳୟ ନିର୍ବାଚନ: ଏବିଭିପିର ବାଜିମାତ୍, ୪ରୁ ୩ ପ୍ରମୁଖ ପଦବୀ ହାତେଇଲା
- Headmaster suspended:ମହଙ୍ଗା ପଡିଲା ସମୟ ପୂର୍ବରୁ ବିଦ୍ୟାଳୟ ବନ୍ଦ;ପ୍ରଧାନଶିକ୍ଷକ ନିଲମ୍ବିତ
- Car Swept Away:ଭାସିଯାଇ ଓଡ଼ିଆ ପର୍ଯ୍ୟଟକ;ଗୋଟିଏ ପରିବାରର ୭ ଜଣଙ୍କ ମୃତ୍ୟୁ, ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ
- ST status: ଧର୍ମ ବଦଳାଇଲେ ବି ମିଳିବ କି ST ଅଧିକାର? ଜାଣନ୍ତୁ କ’ଣ କହିଲେ କୋର୍ଟ…
- ‘Arnab’ cyclone: ସମ୍ଭାବ୍ୟ ବାତ୍ୟା ନାଁ ‘ଅର୍ଣ୍ଣବ’! ଜାଣନ୍ତୁ ଓଡ଼ିଶା ପାଇଁ କେତେ ବିପଦ?
- ପିସି କାରବାର: ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, CBI ଉପରେ ଖପ୍ପା
- ଏସବୁ ଗଣମାଧ୍ୟମ ସଂସ୍ଥାକୁ କାହିଁକି ବ୍ୟାନ କଲା ହ୍ୱାଇଟ୍ ହାଉସ
- Artificial Sun: ନିଜର ‘ସୂର୍ଯ୍ୟ’ ଗଢ଼ୁଛି ଭାରତ!
- ସ୍କ୍ରବ୍ ଟାଇଫସକୁ ନେଇ ଏଭଳି କହିଲେ ସ୍ବାସ୍ଥ୍ୟ ମନ୍ତ୍ରୀ

Comments are closed.