ବେଙ୍ଗାଲୁରୁ: ଭାରତର ପ୍ରଥମ ଘରୋଇ ନିର୍ମିତ ରକେଟ୍ “ବିକ୍ରମ-ଏସ୍” ଲଞ୍ଚ ହେବାକୁ ଯାଉଛି । ଷ୍ଟାର୍ଟଅପ୍ ସ୍କାଏରୁଟ୍ ଏରୋସ୍ପେସ୍ ନାମକ ଏକ ଘରୋଇ ସ୍ପସ୍ କମ୍ପାନୀ ଏହାକୁ ନିର୍ମାଣ କରୁଛି । ଚଳିତ ସପ୍ତାହ କିମ୍ୱା ଆସନ୍ତା ସପ୍ତାହରେ “ବିକ୍ରମ-ଏସ୍” ଲଞ୍ଚ କରାଯାଇପାରେ । ଶ୍ରୀହରିକୋଟାସ୍ଥିତ ଇସ୍ରୋ ଲଞ୍ଚ୍ ପ୍ୟାଡରୁ “ବିକ୍ରମ-ଏସ୍” କୁ ଲଞ୍ଚ କରାଯିବ । ୩ ପେଲୋଡ୍ ସହିତ ଏହା ମହାକାଶକୁ ଯାଇପାରିବ । ଏହି ସବଅର୍ବିଟାଲ୍ ମିଶନର ନାଁ ରହିଛି ‘ପ୍ରାରମ୍ଭ’ । ନଭେମ୍ୱର ୧୨ରୁ ୧୬ ତାରିଖ ମଧ୍ୟରେ ଏହାକୁ ଲଞ୍ଚ କରିବାର ଯୋଜନା ରହିଛି । ଇସ୍ରୋ ସହିତ ଏମଓୟୁ ସ୍ୱାକ୍ଷର କରିବାରେ ଷ୍ଟାର୍ଟଅପ୍ ସ୍କାଏରୁଟ୍ ଏରୋସ୍ପେସ୍ ହେଉଛି ପ୍ରଥମ ଘରୋଇ ସ୍ପେସ୍ କମ୍ପାନୀ । ଖୁବ୍ କମ୍ ସମୟ ଭିତରେ ଇସ୍ରୋ ସହାୟତାରେ ବିକ୍ରମ-ଏସ୍ କୁ ନିର୍ମିତ କରାଯାଇପାରୁଛି ବୋଲି କମ୍ପାନୀର ସିଇଓ ପଓ୍ୱନ କୁମାର ଚନ୍ଦ୍ର କହିଛନ୍ତି । ଇସ୍ରୋର ଭିତ୍ତିଭୂମିକୁ ପାଥେୟ କରି ଏହା ସମ୍ଭବ ହୋଇପାରୁଥିବା ସେ କହିଛନ୍ତି । ଲଞ୍ଚ୍ ଭେହିକଲ୍ ଛଡା ସ୍କାଏରୁଟ୍ ‘ଧଓ୍ୱନ-ଆଇ’ ନାମକ ଏକ କ୍ରିଓଜେନିକ୍ ଇଞ୍ଜିନ ମଧ୍ୟ ପ୍ରସ୍ତୁତ କରୁଛି ସ୍କାଏରୁଟ୍ । ଯାହାକୁ ଇସ୍ରୋର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ସତୀଶ ଧଓ୍ୱନଙ୍କ ନାମରେ ନାମିତ କରାଯାଇଛି । ‘ଧଓ୍ୱନ-ଆଇ’ ଉଭୟ ଏଲ୍ଏନଜି ଓ ଲିକ୍ୱିଡ୍ ଅକ୍ସିଜେନରେ ଗତି କରିବ । ପଓ୍ୱନ କୁମାର ଚନ୍ଦନା ସ୍କାଏରୁଟ୍ ଏରୋସ୍ପେସ୍ କମ୍ପାନୀର ସିଇଓ ଏବଂ ନାଗା ଭାରତ ଡାକା ସିଓଓ ।
BREAKING NEWS
- ୧୭ରୁ ଅଧିକ ମାମଲାରେ ସଂପୃକ୍ତ ଦୁର୍ଦ୍ଦାନ୍ତ ଅପରାଧୀ ବଣ୍ଟି ପ୍ରସାଦକୁ ଏନ୍କାଉଣ୍ଟର
- Weather Update: ଦଶହରାରେ ଖରାପ ହେବନି ପାଣିପାଗ, ବର୍ଷାରେ ଭିଜିପାରେ କୁମାର ପୂର୍ଣ୍ଣିମା
- କୋଲକାତା ଟ୍ରେଜେଡି: ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ, ରିମାଣ୍ଡରେ ୭ ଅଭିଯୁକ୍ତ
- ଦୁର୍ଗାପୂଜା ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ କେନ୍ଦ୍ରାଞ୍ଚଳ ଆଇଜି; ୧,୨୪୩ଟି ପୂଜା ମଣ୍ଡପରେ…
- ଲସ୍ ଆଞ୍ଜେଲସରେ ହେବ ‘ରାମାୟଣ’ର ୱାର୍ଲ୍ଡ ପ୍ରିମିୟର
- ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେଙ୍କୁ ମୁମ୍ବାଇର ‘ଶିବତୀର୍ଥ’ ବାସଭବନରେ ଭେଟିଲେ ଅଭିନେତା ଆମିର ଖାଁ
- ରଣଜୀ ଟ୍ରଫି: ଓଡ଼ିଶାର ଭଲ ଆରମ୍ଭ ପରେ ମଜବୁତ ସ୍ଥିତିକୁ ଫେରିଲା କେରଳ, ସଚିନ୍ ବେବିଙ୍କ ଶତକ
- ବଲିଉଡ ଅଭିନେତା ଟାଇଗର ଶ୍ରଫଙ୍କ କାରକୁ ଗୁଳିମାଡ଼
- ଦକ୍ଷିଣ ଆଫ୍ରିକା-ଅଷ୍ଟ୍ରେଲିଆ ୨ୟ ଟେଷ୍ଟ୍ରେ ୧୦୦ ବର୍ଷର ଐତିହାସିକ ରେକର୍ଡ
- ଶୀତଳା ମାତା ମନ୍ଦିର ଦୁର୍ଘଟଣା; ଡ୍ରାଇଭରଙ୍କୁ ଜଣାନଥିଲା ରାସ୍ତା, ଗୁଗୁଲ୍ ମ୍ୟାପ୍ ପାଇଁ…

Comments are closed.