ବେଙ୍ଗାଲୁରୁ: ଭାରତର ପ୍ରଥମ ଘରୋଇ ନିର୍ମିତ ରକେଟ୍ “ବିକ୍ରମ-ଏସ୍” ଲଞ୍ଚ ହେବାକୁ ଯାଉଛି । ଷ୍ଟାର୍ଟଅପ୍ ସ୍କାଏରୁଟ୍ ଏରୋସ୍ପେସ୍ ନାମକ ଏକ ଘରୋଇ ସ୍ପସ୍ କମ୍ପାନୀ ଏହାକୁ ନିର୍ମାଣ କରୁଛି । ଚଳିତ ସପ୍ତାହ କିମ୍ୱା ଆସନ୍ତା ସପ୍ତାହରେ “ବିକ୍ରମ-ଏସ୍” ଲଞ୍ଚ କରାଯାଇପାରେ । ଶ୍ରୀହରିକୋଟାସ୍ଥିତ ଇସ୍ରୋ ଲଞ୍ଚ୍ ପ୍ୟାଡରୁ “ବିକ୍ରମ-ଏସ୍” କୁ ଲଞ୍ଚ କରାଯିବ । ୩ ପେଲୋଡ୍ ସହିତ ଏହା ମହାକାଶକୁ ଯାଇପାରିବ । ଏହି ସବଅର୍ବିଟାଲ୍ ମିଶନର ନାଁ ରହିଛି ‘ପ୍ରାରମ୍ଭ’ । ନଭେମ୍ୱର ୧୨ରୁ ୧୬ ତାରିଖ ମଧ୍ୟରେ ଏହାକୁ ଲଞ୍ଚ କରିବାର ଯୋଜନା ରହିଛି । ଇସ୍ରୋ ସହିତ ଏମଓୟୁ ସ୍ୱାକ୍ଷର କରିବାରେ ଷ୍ଟାର୍ଟଅପ୍ ସ୍କାଏରୁଟ୍ ଏରୋସ୍ପେସ୍ ହେଉଛି ପ୍ରଥମ ଘରୋଇ ସ୍ପେସ୍ କମ୍ପାନୀ । ଖୁବ୍ କମ୍ ସମୟ ଭିତରେ ଇସ୍ରୋ ସହାୟତାରେ ବିକ୍ରମ-ଏସ୍ କୁ ନିର୍ମିତ କରାଯାଇପାରୁଛି ବୋଲି କମ୍ପାନୀର ସିଇଓ ପଓ୍ୱନ କୁମାର ଚନ୍ଦ୍ର କହିଛନ୍ତି । ଇସ୍ରୋର ଭିତ୍ତିଭୂମିକୁ ପାଥେୟ କରି ଏହା ସମ୍ଭବ ହୋଇପାରୁଥିବା ସେ କହିଛନ୍ତି । ଲଞ୍ଚ୍ ଭେହିକଲ୍ ଛଡା ସ୍କାଏରୁଟ୍ ‘ଧଓ୍ୱନ-ଆଇ’ ନାମକ ଏକ କ୍ରିଓଜେନିକ୍ ଇଞ୍ଜିନ ମଧ୍ୟ ପ୍ରସ୍ତୁତ କରୁଛି ସ୍କାଏରୁଟ୍ । ଯାହାକୁ ଇସ୍ରୋର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ସତୀଶ ଧଓ୍ୱନଙ୍କ ନାମରେ ନାମିତ କରାଯାଇଛି । ‘ଧଓ୍ୱନ-ଆଇ’ ଉଭୟ ଏଲ୍ଏନଜି ଓ ଲିକ୍ୱିଡ୍ ଅକ୍ସିଜେନରେ ଗତି କରିବ । ପଓ୍ୱନ କୁମାର ଚନ୍ଦନା ସ୍କାଏରୁଟ୍ ଏରୋସ୍ପେସ୍ କମ୍ପାନୀର ସିଇଓ ଏବଂ ନାଗା ଭାରତ ଡାକା ସିଓଓ ।
BREAKING NEWS
- ଦିଲ୍ଲୀ ପ୍ରିମିୟର ଲିଗରୁ ଆଇପିଏଲ ଯାଏଁ ସ୍ପଟଫିକ୍ସିଂ, ଟିମ୍ ଲିକ୍ ଅଭିଯୋଗ, ତଦନ୍ତ ପାଇଁ ବିସିସିଆଇକୁ ଅନୁରୋଧ
- ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
- ବହି ତ୍ରୁଟି ଓ ଏମଏମଡିଆରକୁ ନେଇ ବିଧାନସଭା ବିରୋଧୀଙ୍କ ପ୍ରତିବାଦ, ଆଲୋଚନା ପାଇଁ ପ୍ରସ୍ତୁତ ଶାସକ
- ଜାପାନକୁ ହରାଇ ରୋମାଞ୍ଚକର ବିଜୟ ହାସଲ କଲା ଭାରତ
- ଡିଜିପି ନିଯୁକ୍ତି ମାମଲା: ସୁପ୍ରିମକୋର୍ଟରେ ଆସନ୍ତାକାଲି ହେବ ମୌଖିକ ଶୁଣାଣି
- Asian Games: ଶ୍ରୀଲଙ୍କାକୁ ଧୂଳି ଚଟାଇ ଏସିଆନ୍ ଗେମ୍ସରେ ଭାରତର ପ୍ରଥମ ସ୍ୱର୍ଣ୍ଣ! ୧୪୭ ରନ୍ରେ ଜିତିଲା ମହିଳା କ୍ରିକେଟ୍ ଟିମ୍
- ଶ୍ରୀମନ୍ଦିରରେ ‘ବାମନ ଜନ୍ମ’ ନୀତି; ବୁଧବାର ୬ ଘଣ୍ଟା ପାଇଁ ଦର୍ଶନ ବନ୍ଦ
- ଡିଜେ-ସାଉଣ୍ଡ ସିଷ୍ଟମ୍ ବ୍ୟବହାରକୁ ନେଇ ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି, ଖୁବଶୀଘ୍ର ଆସିବ ଗାଇଡଲାଇନ
- ଇତିହାସ ରଚିଲା ‘ରାକା’; ଆଲୁ ଅର୍ଜୁନ-ଆଟଲିଙ୍କ ଫିଲ୍ମ ଗିନିଜ୍ ୱାର୍ଲ୍ଡ ରେକର୍ଡରେ ସାମିଲ
- ପ୍ଲାଷ୍ଟିକ୍ ବ୍ୟବସାୟ ପାଇଁ ଇପିଆର୍ ପୋର୍ଟାଲରେ ପଞ୍ଜୀକରଣ ବାଧ୍ୟତାମୂଳକ

Comments are closed.