ନୂଆଦିଲ୍ଲୀ: ଫେଲ୍ ମାରିଲା ଶେଷ ଚାଲ । ଅଟକିବନି ‘ଡେଥ ୱାରେଂଟ’ । ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀଙ୍କ ପାଇଁ କାଲି ହେବ ଶେଷ ସୂର୍ଯ୍ୟୋଦୟ । ଆସନ୍ତାକାଲି ଫାଶୀ ଖୁଂଟରେ ଝୁଲିବେ ୪ ସଇତାନ । ଫାଶୀ ଉପରେ ରହିତାଦେଶ ପାଇଁ ହୋଇଥିବା ଆବେଦନକୁ ଗୁରୁବାର ଦିଲ୍ଲୀ ପଟିଆଲା ହାଉସ କୋର୍ଟ ଖାରଜ କରିଦେଇଛନ୍ତି ।
ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ଆସନ୍ତାକାଲି ସକାଳ ୫ଟା ୩୦ରେ ତିହାସ ଜେଲ୍ ପରିସରର ୪ ଅଭିଯୁକ୍ତଙ୍କୁ ଫାଶି ଖୁଂଟରେ ଝୁଲାଯିବ । ଦିଲ୍ଲୀ ପଟିଆଲା ହାଉସ କୋର୍ଟ ଏନେଇ ପୂର୍ବରୁ ଡେଥ ୱାରେଂଟ ଜାରି କରିଥିଲେ । ତେବେ ଡେଥ ୱାରେଂଟ ଉପରେ ରୋକ ଲଗାଇବା ପାଇଁ ଆଜି ଶେଷ ପ୍ରାୟସ କରିଥିଲେ ଅଭିଯୁକ୍ତ । ହେଲେ କୋର୍ଟ ତାଙ୍କ ଆବେଦନ ଖାରଜ କରି ଫାଶୀ ଦଣ୍ଡାଦେଶକୁ କାଏମ ରଖିଛନ୍ତି।
ଏହାପୂର୍ବରୁ ମାମଲାର ଅନ୍ୟତମ ଦୋଷୀ ଅକ୍ଷୟ ସିଂହର ଦ୍ୱିତୀୟ ଥର ରାଜକ୍ଷମା ନିବେଦନକୁ ରାଷ୍ଟ୍ରପତି ଖାରଜ କରିଥିବା ବେଳେ ପବନ ଗୁପ୍ତାର କ୍ୟୁରେଟିଭ ପିଟିନସକୁ ମଧ୍ୟ ସୁପ୍ରିମକୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି।
BREAKING NEWS
- ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ପଦୋନ୍ନତି
- ହାତୀରେ ବସି ଧନୁଯାତ୍ରାରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ; ବରଗଡ଼କୁ ଦେଲେ ୧୩୬୨ କୋଟିର ଭେଟି
- ୭୯ ଲକ୍ଷ ଟଙ୍କା ହେରଫେର୍ ମାମଲାରେ ଯମନକିରା ଲ୍ୟାମ୍ପସର ପୂର୍ବତନ ଏମ୍ଡି ଗିରଫ
- ସାମୀଙ୍କୁ ନେଇ ଚୟନ କମିଟିଙ୍କ ୟୁ ଟର୍ଣ୍ଣ, ଖେଳି ପାରନ୍ତି ନ୍ୟୁଜିଲାଣ୍ଡ ବିପକ୍ଷ ସିରଜ
- ‘ବ୍ୟାଟଲ୍ ଅଫ୍ ଗାଲୱାନ୍’ ଟିଜର ରିଲିଜ୍; ଚିହିଁକିଲା ଚୀନ
- ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କୁ ହତ୍ୟା
- January 2026 Five Rare Rajyog:ଜାନୁଆରୀରେ ୫ଦୁର୍ଲଭ ରାଜଯୋଗ;ଏହି ରାଶିମାନଙ୍କ ଫିଟିବ ଭାଗ୍ୟ
- ତାମିଲନାଡୁରେ ଓଡ଼ିଆଙ୍କ ମୃତ୍ୟୁ; ତଦନ୍ତ ପାଇଁ ଅଧିକାରୀଙ୍କୁ ପଠାଇଲେ ମୁଖ୍ୟମନ୍ତ୍ରୀ
- ପିକନିକ୍ ପାଇଁ ମାର୍ଗଦର୍ଶିକା ଜାରି କଲା ପରିବହନ ବିଭାଗ
- ରଣବୀରଙ୍କ ସ୍ଥାନରେ ହ୍ରିତିକ ହୋଇ ପାରନ୍ତି ଡନ
Comments are closed.