Latest Odisha News

BREAKING NEWS

ରାଜ୍ୟର କେଉଁ ୬ଟି ଜିଲ୍ଲାରେ ରହିଛି ବର୍ଷା ସମ୍ଭାବନା, ଜାଣନ୍ତୁ…

ଭୁବନେଶ୍ୱର: ରାଜଧାନୀସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ ଗୁରୁବାର ଦିନ ଓଡ଼ିଶାର ୬ଟି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି ।

ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ, ଗଞ୍ଜାମ ଓ ପୁରୀ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବଜ୍ରପାତ ସହିତ ବର୍ଷା ହେବାର ସମ୍ଭାବନା ରହିଛି ।

ସେହିପରି ଭାବେ ଖୋର୍ଦ୍ଧା (ଭୁବନେଶ୍ୱର ସମେତ), କୋରାପୁଟ, ଗଜପତି ଏବଂ ରାୟଗଡ଼ା ଜିଲ୍ଲାରେ ଦିନ ୪ଟା ୪୫ ସୁଦ୍ଧା ବଜ୍ରପାତ ସହିତ ବୃଷ୍ଟିପାତ ହେବାର ସମ୍ଭାବନା ରହିଛି ।

ଏପରିକି ଏହି ସମୟରେ କେତେକ ସ୍ଥାନରେ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି ।

Leave A Reply

Your email address will not be published.