Latest Odisha News

ଛତ୍ରପୁରରେ ପ୍ରଥମ କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ରାଜ୍ୟ ସରକାରଙ୍କ ୧୦ ଏକର ଜମି ଆବଣ୍ଟନ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଛତ୍ରପୁରରେ ଏକ କେନ୍ଦ୍ରୀୟ ବିଦ୍ୟାଳୟ ନିର୍ମାଣ ପାଇଁ ଓଡିଶା ସରକାର ୧୦ ଏକର ଜମି ଆବଣ୍ଟନ କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଛତ୍ରପୁର ତହସିଲ ଅଧୀନରେ ଥିବା ଆର୍ଯ୍ୟପାଲ୍ଲୀ ମୌଜା ଠାରେ ଥିବା ୧୦ ଏକର ଜମି ଭାରତ ସରକାରଙ୍କ ମାନବ ସମ୍ବଳ ବିଭାଗ ଅଧୀନରେ ଥିବା କେନ୍ଦ୍ରୀୟ ବିଦ୍ୟାଲୟ ସଂଗଠନ (କେଭିଏସ୍) କୁ ଲିଜ୍ ଦିଆଯିବ।

ଛଅ ମାସ ମଧ୍ୟରେ ଜଣେ ପ୍ରାଧିକୃତ ପ୍ରତିନିଧୀଙ୍କ ମାଧ୍ୟମରେ ‘ଲିଜ୍ ଡିଲ୍’ ପାଇଁ ଆବଶ୍ୟକ ସମସ୍ତ ଔପଚାରିକତା ପୂରଣ କରିବାକୁ କେଭିଏସ୍ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଯାଇଛି।

ରାଜ୍ୟ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ସଚିବ ଅଭୟ କୁମାର ନାୟକ ଏହି ବିଷୟରେ ରାଜସ୍ୱ ବିଭାଗୀୟ କମିଶନର (ଆରଡିସି), ଗଞ୍ଜାମ ଜିଲ୍ଲା କଲେକ୍ଟର, ଛତ୍ରପୁର ସବ୍-କଲେକ୍ଟର ଏବଂ ସ୍ଥାନୀୟ ତହସିଲଦାରଙ୍କୁ ଏକ ଚିଠି ପଠାଇଛନ୍ତି ବୋଲି ସୂତ୍ରରୁ ପ୍ରକାଶ।

୨୦୧୯ ରେ କେନ୍ଦ୍ର ସରକାରଙ୍କ କ୍ୟାବିନେଟ ବୈଠକରେ ଛତ୍ରପୁରରେ ଏହି ବିଦ୍ୟାଳୟ ନିର୍ମାଣ ପ୍ରସ୍ତାବକୁ ଅନୁମୋଦନ କରାଯାଇଥିଲା।

Leave A Reply

Your email address will not be published.