Latest Odisha News

ଅବତରଣ ବେଳେ ବିମାନ ଟାୟାରରେ ଲାଗିଲା ନିଆଁ, ୧୯୦ ଯାତ୍ରୀ ସ୍ଥାନାନ୍ତର

ୱାଶିଂଟନ: ଅବତରଣ କରିବା ସମୟରେ ବିମାନ ଟାୟାରରେ ଲାଗିଲା ନିଆଁ। ଡେଲଟା ଏୟାରଲାଇନ୍ସର ବିମାନରେ ଥିଲେ ୧୯୦ ଯାତ୍ରୀ। ବିମାନକୁ ଆଟଲାଣ୍ଟାର ହାର୍ଟସଫିଲ୍ଡ-ଜ୍ୟାକସନ ଅନ୍ତର୍ଜାତୀୟ ବିମାନବନ୍ଦରର ଟାର୍ମାକରେ ୧୯୦ ଯାତ୍ରୀଙ୍କୁ ସ୍ଥାନାନ୍ତର କରିବାକୁ ପଡିଛି। ଏନେଇ ସୂଚନା ଦେଇଛନ୍ତି ଫେଡେରାଲ ଆଭିଏଶନ ଆଡମିନିଷ୍ଟ୍ରେସନ (ଏଫଏଏ)। ଉଦ୍ଧାର କାର୍ଯ୍ୟ ବେଳେ ଜଣେ ଯାତ୍ରୀ ମଧ୍ୟ ଆହତ ହୋଇଛନ୍ତି।

BjdElectrycity

ଘଟଣାଟି ବୁଧବାର ଅପରାହ୍ନ ପ୍ରାୟ ସ୍ଥାନୀୟ ସମୟ ଅପରାହ୍ନ ୬ଟା ସମୟରେ ଘଟିଥିଲା। ବୋଷ୍ଟନରୁ ଡେଲଟା ଫ୍ଲାଇଟ ୧୪୩୭ ଏହାର ବାମ ମୁଖ୍ୟ ଗିଅର ଟାୟାରରେ ନିଆଁ ଲାଗି ଯାଇଥିଲା। ତେବେ ବିମାନରେ ଥିବା ଜଣେ ଯାତ୍ରୀ ସ୍ଥାନୀୟ ଗଣମାଧ୍ୟମକୁ କହିଛନ୍ତି ଯେ ଅଗ୍ନିକାଣ୍ଡର ଖବର ପାଇବା ପରେ ବିମାନରେ ଉତ୍ତେଜନା ଦେଖାଦେଇଥିଲା। ଏହି ଘଟଣା ପରେ ଲୋକମାନେ ଅତ୍ୟଧିକ ଭୟଭୀତ ହୋଇଥିଲେ। ଜଣେ ଯାତ୍ରୀ ସ୍ଥାନୀୟ ବନ୍ଦରରୁ ଏକ ଫଟୋ ଏବଂ ଭିଡିଓ ପଠାଇ ଥିଲେ। ଭିଡ଼ିଓରେ ନିଆଁକୁ ଆୟତ୍ତ କରିବା ପାଇଁ ବିମାନର ଜରୁରୀକାଳୀନ ସେବା ଜାରି ରହିଥିବା ଦେଖିବାକୁ ମିଳୁଛି।

Leave A Reply

Your email address will not be published.