Latest Odisha News

BREAKING NEWS

ସନେଟ : ଅକ୍ଷୟ କଳସୀ

ଅନୀତା ପାଣି 

କୋଟି ପୂଣ୍ୟଦାୟୀ ଅକ୍ଷୟ ତୃତୀୟା କଳନା ନ ଥାଏ ଏଠି,
ପାହାନ୍ତି ପ୍ରହରୁ କ୍ଷେତ ଅନୁକୁଳ ପୂଜା ହେବେ ମାଆ ମାଟି ।
ଝୋଟି ପିଠାପଣା ବାସେ ଧୂପଝୁଣା ହଳଦୀ ପାଣି ଅଗୁରୁ ,
ଶୁଭ ଲଗନରେ ବିଜେ ହେବେ ଲକ୍ଷ୍ମୀ ବୈକୁଣ୍ଠ ଲାଗଇ ଘର ।

ନୀଳାଚଳ ରାଜା ମାମୁଁ ଘର ଯିବେ ରଥକାଠ ଅନୁକୁଳ,
ରଥଯାତରାର ଆଗୁଆ ସୁଚନା ଆସିଲାଣି ଆଜ୍ଞାମାଳ ।
ଚାପରେ ବସିବେ ମଦନମୋହନ ହୋଇବେ ଚନ୍ଦନ ବେଶ,
ନନ୍ଦା ଭଦ୍ରା ନାବ ଅପରୂପ ଶୋଭା ଦରଶନେ ବଢେ ଆଶ ।

ଗୀତରେ ଗୀତରେ ଗୋବିନ୍ଦ ପ୍ରେମର ରସାମୃତ ରାସାୟନ,
ରଚନା କରିଲେ ଶ୍ରୀଗୀତଗୋବିନ୍ଦ କାବ୍ୟରେ ଭକ୍ତି ମଗନ ।
କେନ୍ଦୁବିଲ ମାଟି ପ୍ରୀତିର ସମ୍ପତ୍ତି ରତ୍ନର ଗହିରୀ ଭାବ,
ଦେହି ପାଦପଦ୍ମ ମୁଦାରଂ ଲେଖିଲେ ଜଗନ୍ନାଥ ଜୟଦେବ ।

ଜମଦଗ୍ନି ସୁତ ବୀର ପର୍ଶୁରାମ ପୂଣ୍ୟ ଜନମ ତିଥୀ,
ବୀର ପ୍ରସବିନୀ ସୁଧା ସୁମଙ୍ଗଳା ଅକ୍ଷୟ କଳସୀ ପୃଥ୍ଵୀ ।

ସାଉଥ୍ ବଲଣ୍ଡା, ତାଳଚେର, ଅନୁଗୋଳ

Leave A Reply

Your email address will not be published.