Latest Odisha News

BREAKING NEWS

ଶ୍ରୀମନ୍ଦିର ଚାରିପାଖରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ, ସୁରକ୍ଷା ବ୍ୟବସ୍ଥା କଡାକଡି

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିରର ଚତୁଃପାଶ୍ୱର୍ରୁ ୭୫ମି. ଯାଏଁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ମଙ୍ଗଳବାର ସକାଳୁ ଆରମ୍ଭ ହୋଇଯାଇଛି ।

ମିଳିଥିବା ସୂଚନାନୁଯାୟୀ ଶ୍ରୀମନ୍ଦିରର ଚାରିପାଖରୁ ପ୍ରାୟ ୭୫ମି. ଅବଧି ମଧ୍ୟରେ ନିର୍ମାଣ ଗୁଡିକୁ ଆଜି ସକାଳରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଉଛି । ଏପରିକି ଏହା ପରିସରରେ ଥିବା ଲଙ୍ଗୁଳି ମଠକୁ ମଧ୍ୟ ଉଚ୍ଛେଦ କରାଯାଇଛି ।

ଏହି ଅବସରରେ କୌଣସି ପ୍ରକାରର ଅପ୍ରିତିକର ପରିସ୍ଥିତ ଏଡାଇବାକୁ ଯାଇ ଘଟଣାସ୍ଥଳରେ ୨୧ ଜଣ ମାଜିଷ୍ଟ୍ରେଟ୍ ଏବଂ ୩୦ ପ୍ଲାଟୁନ୍ ପୋଲିସ ଫୋର୍ସ ସମେତ ଓଏସଏଏଫକୁ ସଜାଗ ରଖାଯାଇଥିବା ଜଣାପଡିଛି ।

ଉଲ୍ଲେଖଯୋଗ୍ୟ, ପୁରୀକୁ ବିଶ୍ୱ ଐତିହ୍ୟ ସହରରେ ପରିଣତ କରିବା ନେଇ ସରକାରଙ୍କ ପକ୍ଷରୁ ଘୋଷଣା ପରେ ପୂର୍ବରୁ ମେଘନାଦ ପାଚେରୀର ଚାରପାଖରୁ ଉଚ୍ଛେଦ ପ୍ରକ୍ରିୟା ସରିଯାଇଛି । ଗତ ଅଗଷ୍ଟ ୧୬ ତାରିଖ ଦିନ ଓଡିଶା କ୍ୟାବିନେଟରେ ଜଷ୍ଟିସ୍ ବିପି ଦାସ କମିଶନଙ୍କ ସୁପାରିଶ କ୍ରମେ ଶ୍ରୀଜଗନ୍ନାଥ ମନ୍ଦିରର ଚାରି ପାଶ୍ୱର୍ରୁ ପ୍ରାୟ ୭୫ମି. ପର୍ଯ୍ୟନ୍ତ ସ୍ଥାନ ଖାଲି କରିବା ଲାଗି ନିଷ୍ପତ୍ତି ହୋଇଥିଲା ।

Leave A Reply

Your email address will not be published.