Latest Odisha News

BREAKING NEWS

ଏମିତି ଏକ ମନ୍ଦିର ଯେଉଁଠି ବର୍ଷକୁ ୨ଥର ମାଆଙ୍କ ପ୍ରତିମାକୁ ସ୍ପର୍ଶ କରେ ସୂର୍ଯ୍ୟ କିରଣ

ମହାରାଷ୍ଟ୍ର: ମହାରାଷ୍ଟ୍ରର କୋହ୍ଲାପୁର ଜିଲ୍ଲାରେ ରହିଛି ମହାଲକ୍ଷ୍ମୀଙ୍କ ମନ୍ଦିର । ଯାହା ବିଷୟରେ ବହୁ ଧର୍ମଗ୍ରନ୍ଥରେ ଉଲ୍ଲେଖ ରହିଛି। ପ୍ରତିବର୍ଷ ଲକ୍ଷାଧିକ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନ ପାଇଁ ଆସିଥାଆନ୍ତି। ମନ୍ଦିରରେ ଏତେ ଉଚ୍ଚ କୋଟରୀର କାରୁକାର୍ଯ୍ୟ ଦେଖିଲେ ଆଶ୍ଚର୍ଯ୍ୟ ଲାଗେ।

ଏହାସହ ଏଠାରର ରହିଛି ଶିଳ୍ପୀମାନଙ୍କ ଆଶ୍ଚର୍ଯ୍ୟକର ପ୍ରତିଭା। ଏହି ମନ୍ଦିରକୁ ପ୍ରବେଶ କରିବା ପାଇଁ ଚାରି ପାଖରେ ପ୍ରବେଶ ଦ୍ୱାର ରହିଛି। ପ୍ରତିବର୍ଷ ଦୁଇ ଥର ସୂର୍ଯ୍ୟଙ୍କ କିରଣ ଦେବୀ ମା’ଙ୍କ ବିଗ୍ରହ ଉପରେ ସିଧାସଳଖ ପଡ଼ିଥାଏ। ମା’ଙ୍କ ନିକଟରେ ବହୁ ପରିମାଣରେ ସ୍ୱର୍ଣ୍ଣ ଚାନ୍ଦି ଆଦିର ଆଭୂଷଣ ଅର୍ପଣ କରାଯାଏ। ଯାହା ସୂର୍ଯ୍ୟଙ୍କ କିରଣ ପଡି ଦାଉଦାଉ ହୋଇ ଚମକି ଉଠେ ।

ମାଙ୍କୁ ଏଠାରେ ଦର୍ଶନ କଲେ ମନ ପ୍ରଫୁଲ୍ଲ ହୋଇଉଠେ । ଆସ୍ଥାନ ଉପରେ ମା’ଙ୍କ ମୂର୍ତ୍ତି, ମସ୍ତକରେ ମୁକୁଟ ପରିଧାନ କରି ଚାରି ହସ୍ତ ବିଶିଷ୍ଟ ପ୍ରତିମା ବିରାଜିତ। କୁହାଯାଇଥାଏ ଯେ, ମନ୍ଦିରରେ ଥିବା ମା’ଙ୍କ ପ୍ରତିମା ପ୍ରାୟ ୭୦୦୦ ବର୍ଷ ପୁରାତନ। ପ୍ରତିମାର ଉଚ୍ଚତା ପ୍ରାୟ ୩ଫୁଟ। ମନ୍ଦିରର ଏକ ପାଖ କାନ୍ଥରେ ଶ୍ରୀଯନ୍ତ୍ର ପଥର ମଧ୍ୟରେ ଖୋଦିତ ହୋଇ ଚିତ୍ର ପ୍ରସ୍ତୁତ ହୋଇ ରହିଛି।

ମା’ଙ୍କ ମୁକୁଟରେ ଭଗବାନ ବିଷ୍ଣୁଙ୍କର ସପ୍ତଫେଣା ବିଶିଷ୍ଟ ସର୍ପଙ୍କର ଚିତ୍ର ରହିଛି। ମା’ଙ୍କ ସମ୍ମୁଖରେ ପଶ୍ଚିମ କାନ୍ଥରେ ଏକ ଛୋଟ ଖୋଲା ଝରକା ରହିଛି। ସେହି ଝରକା ଦ୍ୱାରା ସୂର୍ଯ୍ୟଙ୍କ କିରଣ ମା’ଲକ୍ଷ୍ମୀଙ୍କୁ ଅଭିଷେକ କରିଥାଏ। ଏହି ମନ୍ଦିରରେ ଭିତରେ ନବଗ୍ରହ,ଭଗବାନ ସୂର୍ଯ୍ୟ, ଦୁର୍ଗା , ବିଷ୍ଣୁ ଅନ୍ୟାନ୍ୟ ଦେବାଦେବୀଙ୍କର ମୂର୍ତ୍ତି ମଧ୍ୟ ରହିଛି। ଏହା ବ୍ୟତୀତ ମନ୍ଦିରର ପ୍ରାଙ୍ଗଣରେ ମଣିକର୍ଣିକା କୁଣ୍ଡରେ ବିଶ୍ୱେଶ୍ୱର ମହାଦେବଙ୍କ ମନ୍ଦିର ରହିଛି।

ମନ୍ଦିରରୁ କିଛି ଦୂରରେ ଜ୍ୟୋତିବା ମନ୍ଦିର, ରନକଲା ହ୍ରଦ, ଛତ୍ରପତି ସାହୁ ସଂଗ୍ରହାଳୟ ଭଳି ବୁଲିବା ପାଇଁ ବହୁ ସୁନ୍ଦର ସ୍ଥାନ ରହିଛି। ପ୍ରକୃତିର ସୌନ୍ଦର୍ଯ୍ୟକୁ ମଧ୍ୟ ଏଠାରେ ଉପଭୋଗ କରିପାରିବେ। ବର୍ଷଯାକ ଏଠାରେ ପର୍ଯ୍ୟଟଙ୍କ ଭିଡ଼ ଲାଗିରହିଥାଏ।
ମୁମ୍ବଇ ଠାରୁ ୪୦୦ କି.ମି ଦୂରରେ ଏହି ମନ୍ଦିର ଅବସ୍ଥିତ।

Leave A Reply

Your email address will not be published.