Latest Odisha News

BREAKING NEWS

ବାଙ୍କୀରେ ଡେଙ୍ଗୁ ଆତଙ୍କ, ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା!

କଟକ: ଚିନ୍ତା ବଢାଇଲାଣି ଡେଙ୍ଗୁ। ବାଙ୍କୀ ଢସଂର ଓ ଡମପଡ଼ାରେ ୩ ଡେଙ୍ଗୁ ରୋଗୀ ଚିହ୍ନଟ ହେବା ପରେ ଏବେ ଉକ୍ତ ଅଞ୍ଚଳରେ ଡେଙ୍ଗୁ ଆତଙ୍କ ଖେଳିଯାଇଛି। ତେବେ ଆକ୍ରାନ୍ତଙ୍କ ମଧ୍ୟରୁ ଦୁଇ ଜଣ ସୁସ୍ଥ ହୋଇ ଘରକୁ ଫେରୁଥିବାବେଳେ ଆଉ ଜଣେ ଚିକିତ୍ସିତ ହେଉଛନ୍ତି। ଏନେଇ ସୂଚନା ଦେଲେ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟ ଅଧୀକ୍ଷକ। ଢସଂର ଗାଁର ଜଣେ ଓ ଡମପଡ଼ାର ଜଣେ ସୁସ୍ଥ ହୋଇ ଫେରିଛନ୍ତି। ଢସଂର ଗାଁର ଅନ୍ୟ ଜଣେ ଏବେ ଚିକିତ୍ସିତ ହେଉଥିବା ସୂଚନା ରହିଛି।

ଗତ ମାସରେ ଜଣେ ରୋଗୀ ପୁରୀରୁ ଡେଙ୍ଗୁରେ ଆକ୍ରାନ୍ତ ହୋଇ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ଚିକିତ୍ସା ପରେ ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିଭଳି ଡମପଡ଼ା ଅଞ୍ଚଳର ଜଣେ ବ୍ୟକ୍ତି କେରଳରେ କାର୍ଯ୍ୟ କରୁଥିଲେ ସେଠାରେ ଜ୍ୱରରେ ପୀଡିତ ହୋଇ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ପରୀକ୍ଷା ପରେ ଡେଙ୍ଗୁ ଜଣାପଡ଼ିବାରୁ ତାଙ୍କୁ ଚିକିତ୍ସା କରା ଯାଇ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଗତକାଲି ଠାରୁ ଢ଼ସଂର ଗାଁର ଜଣେ ବ୍ୟକ୍ତି ଡେଙ୍ଗୁରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ବର୍ତ୍ତମାନ ଜଣେ ଚିକିତ୍ସିତ ହେଉଛନ୍ତି । ତାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଥିବା ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟ ଅଧୀକ୍ଷକ ଡାକ୍ତର ଆଲୋକ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି ।

 

Leave A Reply

Your email address will not be published.