Latest Odisha News

BREAKING NEWS

ଶସ୍ତା ହେବ କ୍ୟାନସର ଓ ସଂକ୍ରମଣରୋଧୀ ଔଷଧର ଦାମ

ନୂଆଦିଲ୍ଲୀ: ଦେଶରେ କେତେକ ଜରୁରୀକାଳୀନ ଔଷଧର ଦାମ ହ୍ରାସ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଷ୍ପତି ନିଆଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡବିୟା ବିଶେଷଜ୍ଞଙ୍କ ସହ ଆଲୋଚନା କରିବା ପରେ ଏନଏଲଇଏମ ଶ୍ରେଣୀରେ ଏହି ଔଷଧଗୁଡିକୁ ସାମିଲ କରିବା ପାଇଁ ଘୋଷଣା କରିଛନ୍ତି । ଏଥିରେ କେତେକ କ୍ୟାନସର ଓ ସଂକ୍ରମଣରୋଧୀ ଔଷଧ ସାମିଲ ହୋଇଛି । ସେହିପରି ର‌୍ୟାନଟିଡିନ, ସୁକ୍ରାଲଫେଟ, ହ୍ୱାଇଟପେଟ୍ରୋଲେଟମ, ଏଟେନୋଲୋଲ ଓ ମେଥିଡୋପ୍ଲା ସମେତ ୨୬ ଔଷଧକୁ ଏହି ତାଲିକାରୁ ହଟାଇ ଦିଆଯାଇଛି । ତାଲିକାରେ ଏବେ ଓଭରାଲ ୩୮୪ ଔଷଧ ସାମିଲ ହୋଇଛି ।

ଫ୍ଲୁଡ୍ରୋକୋରେଟିସୋନ, ଓରମେଲାକ୍ସିଫେନ, ଇନସୁଲିନ ଗ୍ଲେରଜିନ ଓ ଟେନେଲାଇଟିନ, ମୋେଂଟଲୁକାଷ୍ଟ, ଲେଟାନୋପ୍ରୋଷ୍ଟ, ଆଇଭରମେକ୍ଟାଇନ, ମେରୋପେନେମ, ସେଫୁରୋକ୍ସାଇମ, ଏମିକାସିନ, ବେଡାକ୍ଲିବଲାଇନ, ଡେଲାମେନିଡ ପରି ଔଷଧ ରହିଛି । ଏହି ଜରୁରୀକାଳୀନ ଔଷଧ ସେବା ହେବା ଫଳରେ ରୋଗୀଙ୍କୁ ବିଶେଷ ସହାୟ ହେବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.