Latest Odisha News

BREAKING NEWS

କଟକ ଏସସିବିରେ ଡ଼େଙ୍ଗୁରୋଗୀଙ୍କ ମୃତ୍ୟୁ, ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି

କଟକ: କଟକ ଏସସିବି ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ରବିବାର ଦିନ ଜଣେ ଡ଼େଙ୍ଗୁ ଆକ୍ରାନ୍ତ ରୋଗୀଙ୍କ ମୃତ୍ୟୁ ଘଟିଛି ।

ମୃତ୍ୟୁ ଘଟିଥିବା ଏହି ଡ଼େଙ୍ଗୁ ଆକ୍ରାନ୍ତ ରୋଗୀ ଜଣକ ହେଲେ ଜଗତସିଂହପୁର ଜିଲ୍ଲା କୁଜଙ୍ଗର ୧୮ ବର୍ଷୀୟ ସୌମ୍ୟରଞ୍ଜନ ନାୟକ ।

ମିଳିଥିବା ସୂଚନାରୁ ଜଣାପଡ଼ିଛି, ସୌମ୍ୟରଞ୍ଜନ କଟକ ବଡ଼ ଡ଼ାକ୍ତରଖାନାରେ ରହି ଚିକିତ୍ସିତ ହେଉଥିଲେ । ଗତ ୨୦ ତାରିଖରେ ଏସସିବିରେ ଭର୍ତ୍ତି ହୋଇଥିଲେ । ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ମେଡ଼ିସିନ ବିଭାଗର ଆସିୟୁରେ ଭର୍ତ୍ତି କରି ଚିକିତ୍ସା କରାଯାଉଥିଲା ।

ଗତ ୫ ମାସ ମଧ୍ୟରେ ଡ଼େଙ୍ଗୁ ଆକ୍ରାନ୍ତରେ ପୀଡ଼ିତ ହୋଇ ୫ ଜଣ ଡ଼େଙ୍ଗୁରୋଗୀଙ୍କ ମୃତ୍ୟୁ ଘଟିଲାଣି । ସେହିପରି ସେପ୍ଟେମ୍ବର ୧୦ରେ ଦୁଇଜଣ ଡ଼େଙ୍ଗୁରୋଗୀଙ୍କ ମୃତ୍ୟୁ ଘଟିଥିଲା ।

ଗତ କିଛିଦିନ ହେଲା କଟକ ଏସସିବି ଡ଼ାକ୍ତରଖାନାରେ ଡ଼େଙ୍ଗୁରେ ପୀଡ଼ିତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଡ଼ାକ୍ତରଖାନାରେ ଡ଼େଙ୍ଗୁରେ ଆକ୍ରାନ୍ତ ରୋଗୀଙ୍କ ଚିକିତ୍ସା ଲାଗି ଏକ ସ୍ୱତନ୍ତ୍ର ଡ଼େଙ୍ଗୁ ୱାର୍ଡ଼ ମଧ୍ୟ ଖୋଲାଯାଇଛି ।

ଓଡ଼ିଶାରେ ପ୍ରଥମ ଡ଼େଙ୍ଗୁ ରୋଗୀଙ୍କ ମୃତ୍ୟୁ ଗତ ଜୁନ ୭ ତାରିଖରେ ଘଟିଥିଲା । ମୃତକ ଡ଼େଙ୍ଗୁ ରୋଗୀ ଜଣକ ହେଲେ ଭୁବନେଶ୍ୱର ଚନ୍ଦ୍ରଶେଖରପୁରସ୍ଥିତ ବିଡ଼ିଏ କଲୋନୀର ପ୍ରତିମା ଦାସ ।

Leave A Reply

Your email address will not be published.