Latest Odisha News

BREAKING NEWS

ପୁରୀରେ ଘନ କୁହୁଡି ଆସ୍ତରଣ: ସକାଳୁ ନିଳଚକ୍ର ଦର୍ଶନରୁ ବଞ୍ଚିତ ରହିଲେ ଭକ୍ତ ଓ ଶ୍ରଦ୍ଧାଳୁ

ପୁରୀ: ପ୍ରତ୍ୟେକ ଦିନ ଭୋର ସମୟରୁ ଶ୍ରୀମନ୍ଦିର ଦ୍ବାର ଫିଟା ନିତି ସହ ପତିତପାବନଙ୍କ ମଙ୍ଗଳଆଳତୀ ହୋଇଥାଏ । ଆଉ ଏହି ଧାର୍ମିକ ଦୃଶ୍ୟ ଦେଖିବାକୁ ସକାଳୁ ସକାଳୁ ପୁରୀବାସୀ ଓ ଭକ୍ତଙ୍କ ଭିଡ ଲାଗିଥାଏ ଶ୍ରୀମନ୍ଦିର ସମ୍ମୁଖରେ । ସେହିପରି ମଙ୍ଗଳ ଆଳତୀ ସହ ଅନ୍ୟପଟେ ନିଳଚକ୍ର ଦର୍ଶନ ପାଇଁ ମନ୍ଦିର ସମ୍ମୁଖରେ ପହଞ୍ଚିଥିଲେ ଅନେକ ଭକ୍ତ ଓ ଶ୍ରଦ୍ଧାଳୁ । ହେଲେ ଆଜି ଶ୍ରୀକ୍ଷେତ୍ରରେ ଘନ କୁହୁଡି ଆସ୍ତରଣ ଯୋଗୁଁ ଦୀର୍ଘ ସମୟ ଧରି ନିଳଚକ୍ର ଦର୍ଶନରୁ ବଞ୍ଚିତ ରହିଲେ ଭକ୍ତ ଓ ଦର୍ଶନାର୍ଥୀ ।

ରାଧାବଲ୍ଲଭ ମଠ ନିକଟ ନିଷିଦ୍ଧାଞ୍ଚଳ ବାହାରୁ ପତିତପାବନଙ୍କୁ ଦର୍ଶନ କରୁଥିବା ଭକ୍ତ ମାନଙ୍କ ଦର୍ଶନରେ ସମସ୍ୟା ଉପୁଜିଛି । ସେପଟେ ଶ୍ରୀମନ୍ଦିର ଦୃଶ୍ୟ ମାନ ହେଉଥିବା ପ୍ରାୟ ଦଶ କିଲୋମିଟର ଦୂରରେ ରହୁଥିବା ଗ୍ରାମବାସୀ ମାନେ ଦୀର୍ଘ ସମୟ ନିଳଚକ୍ର ଦର୍ଶନ କରି ପାରିନଥିଲେ ।

ଏମିତିକି ଦିନ ୮ଟା ପରେ ମଧ୍ୟ ଘନ କୁହୁଡି ଯୋଗୁଁ ସୂର୍ଯ୍ୟ ଫିକା ଦିଶୁଥିଲେ । ତେବେ ଘନକୁହୁଡି ଯୋଗୁଁ ବଡଦାଣ୍ଡରେ ମଧ୍ୟ ଗାଡି ଚଳାଚଳରେ ସମସ୍ୟା ଉପୁଜିଥିଲା । ବଡଦାଣ୍ଡରେ ଲାଇଟ୍ ଲଗାଇ ଲୋକେ ଗାଡି ଚଳାଚଳ କରୁଥିବା ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.