Latest Odisha News

BREAKING NEWS

ଟି-୨୦ ଟୁର୍ଣ୍ଣାମେଣ୍ଟ: କାନ ପଛପଟେ ବଲ୍ ବାଜି କ୍ରିକେଟରଙ୍କ ମୃତ୍ୟୁ

ମୁମ୍ବାଇ: ମୁମ୍ବାଇରେ କ୍ରିକେଟ୍ ମ୍ୟାଚ୍ ଚାଲିଥିବା ସମୟରେ ଅଘଟଣ । କାନ ପଛପଟେ ବଲ ମାଡ ହେବା କାରଣରୁ ଜଣେ କ୍ରିଟେରଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ୫୨ ବର୍ଷୀୟ ଜୟେଶ ସାଭଲା । ଏହି ମ୍ୟାଚ୍ ରେ ଜୟେଶ ଫିଲ୍ଡିଂ କରୁଥିବା ସମୟରେ ତାଙ୍କ କାନ ପଛପଟରେ ବଲ୍ ଟି ଜୋରେ ମାଡହୋଇଥିଲା । ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ସୂଚନାନୂସାରେ, ସୋମବାର ଅପରାହ୍ନରେ ମାତୁଙ୍ଗା ସ୍ଥିତ ଦାଦକର ଗ୍ରାଉଣ୍ଡରେ ଏକକାଳୀନ ଦୁଇଟି ମ୍ୟାଚ୍ ଚାଲିଥିଲା ​​। ଉଭୟ ମ୍ୟାଚ୍ ସମାନ ଟି -20 ଟୁର୍ଣ୍ଣାମେଣ୍ଟ ର ଥିଲା । ଏହା ୫୦ ବର୍ଷ ବୟସରୁ ଉର୍ଦ୍ଧ୍ବ ଲୋକଙ୍କ ପାଇଁ ଏକ ଟୁର୍ନାମେଣ୍ଟ ଖେଳାଯାଉଥିଲା । ଏହି ଟୁର୍ଣ୍ଣାମେଣ୍ଟ ର ନାମ ହେଉଛି କୁଟଚି ଭିସା ଓଖଲ ବିକାଶ ଲିଜେଣ୍ଡ କପ୍ । ତେଣୁ ଏକା ସାଙ୍ଗରେ ଦୁଇଟି ମ୍ୟାଚ୍ ଚାଲିଥିବାରୁ ଅନ୍ୟ ଏକ ମ୍ୟାଚ୍ ର ବଲ୍ ଜୟେଶଙ୍କ ଦେହରେ ବାଜିଥିଲା । ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା ।

ତେବେ ଅନେକ ସମୟରେ ଏହି ଗ୍ରାଉଣ୍ଡରେ ଏକା ସାଙ୍ଗରେ ଦୁଇଟି ମ୍ୟାଚ୍ ଖେଳାଯାଇଥାଏ । ପୂର୍ବରୁ ମଧ୍ୟ ଏହି କାରଣରୁ ଖେଳାଳି ମାନେ ଆହତ ହେବାର ଅନେକ ଖବର ଆସିଛି, କିନ୍ତୁ ଏଭଳି ଦୁର୍ଘଟଣାରେ ପ୍ରଥମ ଥର ପାଇଁ ମୃତ୍ୟୁ ଘଟିଛି ।

Leave A Reply

Your email address will not be published.